ଦେବଗଡ଼(କୋଶଲ ନ୍ୟୁଜ୍):- ଆଜି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ,ଦେବଗଡ଼ ର ଯୁବ ରେଡକ୍ରସ ଶାଖା ତରଫ ରୁ ବନାଗ୍ନି
ନିରୋଧକ ସଚେତନତା ପଦଯାତ୍ରା
କାର୍ଯ୍ୟକ୍ରମ କରାଯାଇଛି ।ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ମାନେ
ରଜାମୁଣ୍ଡା ଅଞ୍ଚଳ ର ବିଭିନ୍ନ ସାହି ଓ ବସ୍ତି ବୁଲି ଲୋକମାନଙ୍କୁ ଜଙ୍ଗଲ ରେ ନିଆଁ ନ ଜଳାଇବା ପାଇଁ ବୁଝାଇ ଥିଲେ ।ବିଦ୍ୟାର୍ଥୀ ମାନେ ଏହି ସତର୍କତା ର ସ୍ଲୋଗାନ ଦେଇ ଗ୍ରାମ ବାସୀ ଙ୍କୁ ଜଙ୍ଗଲ ର ଆବଶ୍ୟକତା ସମ୍ପର୍କରେ ସଚେତନ କରିଥିଲେ ।
ଶେଷରେ ଏହି ପଦଯାତ୍ରା ରେ ଅଂଶ ଗ୍ରହଣ କରିଥିବା ବିଦ୍ୟାର୍ଥୀ ମାନେ
ଜଙ୍ଗଲ ରେ ନିଆଁ ନ ଲଗାଇବା ,ତଥା ନିଜ ଅଞ୍ଚଳ ର ଲୋକ ମାନଙ୍କୁ ସଚେତନ କରିବା ପାଇଁ ଶପଥ ନେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ମହାରଣା ଏହି ଶପଥ ପାଠ କରାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ଦାଇତ୍ୱ ରେ ଥିବା ଅଧ୍ୟାପକ ଶ୍ରୀ ଦାମୋଦର ନାୟକ ।
ଏଥରେ ମହାବିଦ୍ୟାଳୟ ର ଅଧ୍ୟାପିକା ସୁଶ୍ରୀ ସରିତା ପ୍ରଧାନ ,ମିନତି ବାସକେ ,ସୁଭଦ୍ରା ନାୟକ ,ମିଳନ ସାହୁ ,ଯୁଗଳ କିଶୋର ସାହୁ ,ରାମ କୁମାର ପ୍ରଧାନ ଆଦି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ -ପୁଷ୍ପାଞ୍ଜଳୀ ବେହେରା (ଦେବଗଡ଼)
