ବାବାଜୀମଠ ୧୫ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ କୁଣ୍ଡେଇଗୋଳା ଚାମ୍ପିୟନ୍ସ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମରେ ଫ୍ରେଣ୍ଡସ କ୍ଲବ୍ ପକ୍ଷରୁ ଆୟୋଜିତ ହୋଇଥିବା ୧୫ ତମ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି। ଆୟୋଜକ ସଭାପତି ପିଙ୍କୁ ଦୀପ ଓ ସମ୍ପାଦକ ମଙ୍ଗଳୁ ନାୟକଙ୍କ ତତ୍ବାବଧାନରେ ଏହି ମ୍ୟାଚ୍ ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଉଦଯାପିତ ହୋଇ ଯାଇଛି।

ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଭାଗ ନେଇଥିଲେ ଯଥା: ହାଡସଙ୍ଖା, ବଜ୍ରକୋଟ, କୁଶଖୋଳିଆ, ପଳସମା, ଅର୍ଜୁନଝରୀ, କୁଣ୍ଡେଇଗୋଳା, ବାବାଜୀମଠ ଓ ରାମପାଲି କ୍ରିକେଟ କ୍ଲବ୍। ଆଜିର ଫାଇନାଲ ମ୍ୟାଚ କୁଣ୍ଡେଇଗୋଳା ସହିତ ରାମପାଲି ମଧ୍ୟରେ ଖେଳ ରହିଥିବା ବେଳେ ଖେଳ ପରିଚାଳନା ଦାୟିତ୍ବରେ ଗୋଳୁଳ ଲୋହରା ଓ ବୁଲୁ ନାୟକ ରହିଥିଲେ । କୁଣ୍ଡେଇଗୋଳା କ୍ରିକେଟ କ୍ଲବ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ରେ ୮ ଉଇକେଟ୍ ହରାଇ ୧୯୭ ରନ୍ ସଂଗ୍ରହ କରିଥିବା ବେଳେ ଜବାବ୍ ରେ ରାମପାଲି କ୍ରିକେଟ କ୍ଲବ୍ ୧୯ ଓଭର ରେ ସମସ୍ତ ଉଇକେଟ ହରାଇ ୧୪୫ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ଆଜିର ସ୍କୋର୍ ବୋର୍ଡ ରେ ରାଜୁ ବେହେରା ଓ ବିକାଶ ଦେହୁରୀ ଓ ଭାଷଣ ବାଜି ଦାୟିତ୍ବ ରେ ଗୁରୁ ଚରଣ ବିଶ୍ବାଳ ରହିଥିଲେ। ଆଜିର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମୁନସୁନ୍ ସାହୁ ସମ୍ମାନୀତ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ହିରାଲାଲ ସାହୁ, ରିଆମାଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଧୁସୂଦନ ପ୍ରଧାନ, ପଳସମା ପଞ୍ଚାୟତ ସରପଞ୍ଚ ଶୁଶିଲ କୁମାର, କଣ୍ଟାବାହାଳ ପଞ୍ଚାୟତ ସରପଞ୍ଚ କୁବେର ପ୍ରଧାନ, ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ଓ୍ବାର୍ଡ ମେମ୍ବର ଶ୍ରୀମତୀ ବବିତା ବେହେରା ଦିଲିପ୍ ବେହେରା, ରବି ଚରଣ ସାହୁ ପ୍ରମୁଖ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥି ମାନଙ୍କ ଦ୍ବାରା ଉଭୟ ଦଳକୁ ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରାଯାଇ ଶେଷରେ ରିଙ୍କୁ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।

Comments
Loading...