ନବରଙ୍ଗପୁର(କୋଶଲ ନ୍ୟୁଜ୍):- ପାପଡ଼ା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ସରକାରୀ ଉଚ୍ଚ ବିଦ୍ୟାଳୟ, ସେମଳା “ବନ୍ଦେ ମାତରଂ ଦିବସ” ଉତ୍ସାହପୂର୍ଣ୍ଣ ଭାବରେ ପାଳିତ ପାଇଁ ଯୋଗଦାନ ରେ ସକାଳୁ ପ୍ରାର୍ଥନା ସଭାରେ ପିଲାମାନେ ଭାରତ ମାନଚିତ୍ର ଆଧାରରେ ଠିଆ ହୋଇ ଶିକ୍ଷକ ଓ ଶିକ୍ଷାର୍ଥୀ ମାନେ “ବନ୍ଦେ ମାତରଂ” ଗୀତ ଗାଇ ଦେଶପ୍ରେମ ଭାବକୁ ପ୍ରକାଶ କଲେ। ସି.ଆର..ସି.ସି. ଏହି ଦିବସର ମହତ୍ତ୍ୱ ବିଷୟରେ ଅଭିଭାଷଣ ଦେଲେ ଓ ଛାତ୍ରଛାତ୍ରୀମାନେ ଭାରତ ମାତା ଉପରେ ଗୀତ, କବିତା ଓ ଭାଷଣ ପ୍ରଦର୍ଶନ କଲେ। ସଂଗୀତ ସହ ବନ୍ଦେ ମାତରଂ ଧ୍ଵନୀ ଅନ୍ତେ ସମସ୍ତେ ଜାତୀୟ ଗୀତ ଗାଇ ଦିବସ ଟି ସମସ୍ତ ଙ୍କ ପାଇଁ ପ୍ରେରଣା ଯୋଗାଇଥିଲା।ପ୍ରଧାନ ଶିକ୍ଷକ ବେହେରା ନିର୍ମଳ କୁମାର,ମିଳନ ଗହିର, ଅପରାଜିତା ମଲ୍ଲିକ, ଝରଣା ବକସି,କଳ୍ପନା ମାଝୀ ସମୁଖ ସହଯୋଗ କରିଥିଲେ। ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)
ସେମଳା ବିଦ୍ୟାଳୟ ଠାରେ”ବନ୍ଦେ ମାତରଂ” ସଂଗୀତ ଗାନ- ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ
ଜିଲ୍ଲା ସମ୍ବାଦଦାତା - ଦେବଗଡ଼ [ କୋଶଲ ନ୍ୟୁଜ୍ ବ୍ୟୁରୋ - Koshalnews.In ]
Comments