ମାଲକାନଗିରି ( କୋଶଲ ନ୍ୟୁଜ୍) ୨୦୧୨ ମସିହାରେ ନବ ନିର୍ମିତ ମିନିଷ୍ଟାଡିୟମର ବର୍ତ୍ତମାନର ସ୍ଥିତାବସ୍ଥା ହୋଇ ପଡିଛି ଅଭାବନୀୟ। ପ୍ରଶାସନର ଅବହେଳାରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ବାଲିମେଳା ମିନି ଷ୍ଟାଡିୟମ l ବର୍ତ୍ତମାନ ପ୍ରଯ୍ୟନ୍ତ ଲୋକାର୍ପିତ ହୋଇପାରିଲା ନାହିଁ ବାଲିମେଳା NAC ର ମିନି ଷ୍ଟାଡିୟମ l ଏଠାରେ ଘର ଅଛି ମାତ୍ର କବାଟ ନାହିଁ, ଯେଉଁଠି କବାଟ ଅଛି ତାହା ପୁଣି ଭାଙ୍ଗି ଯାଇଛି, ଗାର୍ଡ ୱାଲ୍ ରେ ଦିଆଯାଇଥିବା ଷ୍ଟିଲ୍ ପାଇପ୍ ଗୁଡିକ ମଧ୍ୟ ଭାଙ୍ଗି ପଡିଛି। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା NAC ରେ l ଦୁଃଖର ବିଷୟ ଗତ ବର୍ଷ ନଗର ପ୍ରଶାସନ ଉକ୍ତ ଘରକୁ କୋଭିଡ୍ ପରୀକ୍ଷଣ କେନ୍ଦ୍ର ରୂପେ ଘୋଷଣା କରିଥିଲେ ମଧ୍ୟ ତା’ ସତ୍ତ୍ବେ ଷ୍ଟାଡିୟମର ଏଭଳି ଦୁରାବସ୍ଥା lଯଦି ଷ୍ଟାଡିୟମର ରକ୍ଷଣା ବେକ୍ଷଣ ସୁଚାରୁରୂପେ ହୋଇଥାନ୍ତା ତେବେ ବାଲିମେଳାବାସୀଙ୍କ ସମେତ ମାଲକାନଗିରି ଜିଲ୍ଲାବାସୀ ମଧ୍ୟ ଉପକୃତ ହୋଇଥାନ୍ତେ l ବାଲିମେଳା ଚ୍ୟାଲେଞ୍ଜ କ୍ରିକେଟ କ୍ଲବ ସଭାପତି ଆଲୋକ କୁମାର ମହାପାତ୍ରଙ୍କ ମତ ଅନୁସାରେ ଜିଲ୍ଲାର ମାଲ୍ୟବନ୍ତ କାର୍ଯ୍ୟକ୍ରମ ପରୀପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୁଡିକ ମଧ୍ଯ ଆୟୋଜନ କରାଯିବା ସହ ଆନ୍ତଃଜିଲ୍ଲା କ୍ରିକେଟ, ଫୁଟବଲ,ହକି ଭଳି ପ୍ରତିଯୋଗିତା ମଧ୍ଯ ଆୟୋଜିତ ହୋଇପାରିବ ବୋଲି କ୍ଲବ ସମ୍ପାଦକ ଅଶ୍ବିନୀ କୁମାର ସାହୁ କହିଛନ୍ତି। ତେବେ ତୁରନ୍ତ ଏହି ସମସ୍ୟା ର ସମାଧାନ ଦିଗରେ ନଗର ପ୍ରଶାସନ ବିହିତ ପଦକ୍ଷେପ ନେବା ସହ ରକ୍ଷଣା ବେକ୍ଷଣକୁ ନିଶ୍ଚିତ କରାଇବା ନିମନ୍ତେ ସାଧାରଣରେ ଦାବି ଜୋର୍ ଧରିଛି।
