କଳମପୁର 3/2(କୋଶଲ ନ୍ୟୁଜ )ଚାରୀ ଆଡେ ପାହାଡ ପର୍ବତ ସହ ଘଞ୍ଚ ଜଙ୍ଗଲରେ ପରିପୂର୍ଣ ହୋଇଉଠିଥିବା ହନୁମାନ ଡଙ୍ଗରି ଠାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପରମ ଭକ୍ତ ଶ୍ରୀ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଆଜି କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ବନ୍ଧକନା ଗ୍ରାମ ପଞ୍ଚାୟତ ର ବନ୍ଧକନା ଗ୍ରାମର ବଜରଙ୍ଗୀ ସେବା ସମିତି ପକ୍ଷରୁ ବନ୍ଧକନା ହନୁମାନ ଡ଼ଙ୍ଗରି ଠାରେ ମହାବୀର ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମୀପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉକ୍ତ ଗ୍ରାମରୁ ଏକ ଶୋଭାଯାତ୍ରା ରେ ବାହାରି ହନୁମାନ ଡ଼ଙ୍ଗରି କୁ ଯାଇ ଧୂପ, ଦୀପ,ନଡ଼ିଆ ଇତ୍ୟାଦି ସହ ପୂଜକ ପୂର୍ଣଚନ୍ଦ୍ର ପାଢ଼ୀ ମନ୍ତ୍ର ପାଠ କରି ଭୂମି ପୂଜନ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ବଜରଙ୍ଗୀ ସେବା ସମିତିର ସଭାପତି ନିରଞ୍ଜନ ପାଢ଼ୀ, ଉପସଭାପତି ଗୌରଚନ୍ଦ୍ର ବାଗ, ସମ୍ପାଦକ ଗଣେଶ ବାଗ, କୋଷାଧକ୍ଷ ବସନ୍ତ ଛତ୍ରିଆ ଉପସ୍ଥିତ ଥିବାବେଳେ ଶ୍ରୀକାନ୍ତ ନାଏକ, ଡମ୍ବରୁ ନାଏକ, ଡମ୍ବରୁ ମାଝୀ, ନୀଳାମ୍ବର ଛତ୍ରିଆ,ଶ୍ୟାମ ବାଗ, ବାସୁଦେବ ରାଉତ, ଦୟା ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l