ଦେବଗଡ଼(କୋଶଲ ନ୍ୟୁଜ୍):- ଆଜି ବାଲ ଭାରତୀ ଇଂରାଜୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ସ୍କୁଲ ପରିଷରରେ ସ୍କୁଲର ଅଧକ୍ଷା ସୁପ୍ରିୟା ମହାପାତ୍ରଙ୍କୁ ତତ୍ୱାବଧାନରେ ସ୍କୁଲର ସଭାପତି ହେମନ୍ତ ମହାପାତ୍ରଙ୍କୁ ପୌରହିତ୍ୟରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅନିଲ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ନଗରପାଳ ପ୍ରଜିତ ଭୋଜ, ବରିଷ୍ଠ ଆଇନଜୀବୀ ତଥା ବରିଷ୍ଠ ଅଭିନେତା ମନୋଜ ପାଢ଼ୀ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ସ୍କୁଲର ଉପ ସଭାପତି ନିରଞ୍ଜନ ଦିବେଦୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଅତିଥି ମାନେ ସ୍କୁଲର ପୂର୍ବତନ ଅଧକ୍ଷା ସ୍ବର୍ଗବାସୀ ପଦ୍ମିନୀ ପଣ୍ଡାଙ୍କ ଏକ ପ୍ରତିମୂର୍ତ୍ତି ସ୍କୁଲ ପରିସରରେ ଅନାବରଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ପିଲା ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ପରିପୂର୍ଣା ଦେବୀ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଗଲା । ସ୍କୁଲର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଦର୍ଶକମାନଙ୍କ ମନ ମୋହି ଥିଲେ । ପଚାଶ ଜଣ ଶିଶୁ କଳାକାରଙ୍କୁ ନେଇ ରୋମିଓ ମହାପାତ୍ରଙ୍କ ନିର୍ଦେଷିତ “ଭାରତ ଦର୍ଶନ ” ନୃତ୍ୟ ନାଟିକା ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ଏହି ବାର୍ଷିକ ଉତ୍ସବ କୁ ପରିଚାଳନା କରିଥିଲେ ଉଦିତ ଦିବେଦୀ, ସଂଜୟ ଦେବ, ନିରୁପମା ମହାକୁଳ, ଶୁଚିସ୍ମିତା ଦେବ, ଚିତ୍ରକଳା ପ୍ରଧାନ, ରୀଶୀତା ପାଢ଼ୀ, କ୍ଷୀରୋଦ୍ରୀ ବାଗ, ଆକାଂକ୍ଷା ଦିବେଦୀ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।