ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ

ଅନୁଗୋଳ (କୋଶଲ ନ୍ୟୁଜ୍):- ଆଜି ସଭା ଘର, ସାପଘରା ଠାରେ ବିଶ୍ଵ ଯୁବ କେନ୍ଦ୍ର,ବଣିନାଳି ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ଅତିଥି ଭାବେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ଆଠମଲ୍ଲିକ ପଞ୍ଚାନନ ବେହେରା,ସହକାରୀ ଶ୍ରମ ଅଧିକାରୀ, ଆଠମଲ୍ଲିକ ଅମିୟ ରଞ୍ଜନ ସାହୁ ,ପଞ୍ଚାୟତ ନିର୍ବାହୀ ଅଧିକାରୀ,ସାପଘରା, ଅଜିତ କୁମାର ପ୍ରଧାନ ଓ ନବ କିଶୋର ପ୍ରଧାନ, ବିଶ୍ୱଯୁବ କେନ୍ଦ୍ର ର ନିର୍ଦେଶକ ମନୋଜ କୁମାର ମହାପାତ୍ର ଓ ସାପଘରା,ପାଇକସାହି,ପେଡିପଥର,ଟାପଢୋଲ ପଞ୍ଚାୟତର ହିତାଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ସ୍ଵାଗତ କରା ଯାଇଥିଲା।

ବିଶ୍ଵ ଯୁବ କେନ୍ଦ୍ର ର ସଦସ୍ୟ ସମ୍ପାଦକ ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ,ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ।ବାଲ୍ୟ ବିବାହ ର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ। ସହକାରୀ ଗୋଷ୍ଠୀ ଉନୟନ ଅଧିକାରୀ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା, ବିବାହ ପଞ୍ଜୀକରଣ, ଅନ୍ତୋଦୟ ଯୋଜନା,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ। ସହକାରୀ ଶ୍ରମ ଅଧିକାରୀ ଶିଶୁ ମାନଙ୍କୁ କାମରେ ନ ଲଗେଇବା ପାଇଁ କହିଥିଲେ ଓ ଶ୍ରମ ବିଭାଗ ର କାର୍ଯ୍ୟକାରୀ ହଉଥିବା ଶ୍ରମ କାର୍ଡ ଓ ତାର ଆବଶ୍ୟକତା, ଇ-ଶ୍ରମ କାର୍ଡ ବିଷୟରେ ଜଣାଇଥିଲେ । ସଭା ଶେଷରେ ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦେଶକ ଅତିଥିମାନଙ୍କୁ ଏବଂ ଅଂଶଗ୍ରହଣକାରି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ବାଲ୍ୟ ବିବାହ ରୋକିବା ପାଇଁ ଏକ ଶପଥ ପାଠ କରାଯାଇ ଥିଲା। ଏହି କାଯ୍ୟକ୍ରମରେ ବିଶ୍ଵ ଯୁବ କେନ୍ଦ୍ରର ପୂଜା ସ୍ୱାଇଁ,ଅଭିଷେକ ମହାପାତ୍ର,ଦିପି ଦେହୁରୀ,ପପି ଦେହୁରୀ ,ଗୀତାଞ୍ଜଳି ବାଘ, ସତ୍ୟଭାମା ସାହୁ ପ୍ରମୁଖ ସହଯୋଗ କରିଥିଲେ।

Comments
Loading...