ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲା ବାରକୋଟ ବ୍ଲକ ଡଁରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଦିନ ପ୍ରାୟ ୨ ଟା ଯାଏଁ ବାରକୋଟ ବ୍ଲକ ସ୍ତରୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ବୈଠକ ଏବଂ ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଛି । ସଙ୍ଘର ସଭାପତି ପଞ୍ଚାନନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ସଂପାଦକ ଯୋଗେଶ୍ୱର ପ୍ରଧାନ ସଂପାଦନା କରିଥିଲେ ।

ଅତିଥି ଭାବେ ବାରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ବେସରକାରୀ କଲେଜ ସଙ୍ଘର ସମ୍ପାଦକ ପ୍ରାଧ୍ୟାପକ ଅଶୋକ କୁମାର ନାୟକ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ୟ୍ୟକ୍ରମରେ ରାଜ୍ୟ ଓ ଜିଲ୍ଲା ସଙ୍ଘର ନେତୃତ୍ୱ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟଭତା, ବକେୟା ମହଙ୍ଗା ଭତା, ଗ୍ରେଡପେର ଅସଙ୍ଗତି, ସମାଜ କଲ୍ୟାଣ କାର୍ୟ୍ୟକ୍ରମ, ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା, ବରିଷ୍ଠ ନାଗରିକ ପ୍ରମାଣପତ୍ର, ସଭ୍ୟ ବୃଦ୍ଧି ଅଭିଯାନ, କାର୍ୟ୍ୟାଳୟ ସ୍ଥାପନ, ନିୟମିତ ବୈଠକ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶିବପ୍ରସାଦ ସାହୁ, ଲିଙ୍ଗ ସାହୁ, ରବୀନ୍ଦ୍ର ବେହେରା, ମୁରଲୀଧର ସାହୁ, ବୃଷବ ଚରଣ ନାୟକ, ଭାଗିରଥି ବେହେରା, ଶିବ ପ୍ରସାଦ ସାହୁ, ବେଣୁଧର ସାହୁ, ବିଷ୍ଣଚରଣ ଦାସ, ଉପେନ୍ଦ୍ରନାଥ ସ୍ୱାଇଁ, କିଶୋର ପ୍ରଧାନ, ସୁରେନ୍ଦ୍ର ବଳ, ଅନିଲ ବଳ, ସୁରେନ୍ଦ୍ରନାଥ ପ୍ରଧାନ, ଗୈରାଙ୍ଗଚରଣ ସାହୁ, ପ୍ରାଧ୍ୟାପକ ଜେନା, କ୍ଷେତ୍ରବାସୀ ସ୍ୱାଇଁ, ଦାଶରଥି ସୁରେଶଚନ୍ଦ୍ର ପ୍ରଧାନ ସହ ବହୁ କର୍ମକର୍ତା ଯୋଗଦେଇ ମତାମତ ପ୍ରଦାନ କରିଥିଲେ । ବୀରକିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଖଗେଶ୍ୱର ପ୍ରଧାନ ସହିତ ଅନ୍ୟ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଦେବଗଡ ମହାବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।