ପିସିସି ସଭାପତି ଓ କଂଗ୍ରେସ ଦଳ ବିରୋଧରେ କୁତ୍ସାରଚନାକାରୀଙ୍କୁ ଗିରଫ କର

ଦେବଗଡ଼ (କୋଶଲ ନ୍ୟୁଜ୍):- ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କୁ ଅପମାନିତ ଓ ସର୍ବସାଧାରଣ ଙ୍କ ସମ୍ମୁଖ ରେ ସମ୍ମାନ ହାନି କରୁଥିବାରୁ ସୁଧାଂଶୁ ଶେଖର ରାଉତ, ଅଜୟ କୁମାର ପଣ୍ଡା ଓ ଅନନ୍ତ ନାରାୟଣ ଧଳ,ନାଣ୍ଡୁ ୟୁଟ୍ୟୁବରେ ଓ ଫେସବୁକ୍ ରେ ବଦନାମ୍ କରୁଥିବାରୁ ତାଙ୍କ ବିରୁଦ୍ଧରେ ଆଜି ଦେବଗଡ ଥାନାରେ ସନ୍ଧ୍ୟା ୫ ଟାରେ ଲିଖିତ ଆକାରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦିଆଯିବା ପାଇଁ ପିସିସି ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୟରେ ସମସ୍ତେ ଉପସ୍ଥିତ ରହିବା ପାଇଁ ଅନୁରୋଧ ସେମ୍ କରିଛନ୍ତି ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ। ପୂର୍ବତନ ମହିଳା କଂଗ୍ରେସ ସଭାପତି ଲିତା ଆଚାର୍ଯ୍ୟ, ପୂର୍ବତନ ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକ, ଜିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ସୁଶିଲ କୁମାର ଗୁଡିଆ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଶ୍ରୀତମ କୁମାର ସାହୁ, କୃଷକ ରାଜ୍ୟ ସଂଯୋଜକ ଦେବେନ୍ଦ୍ର ଗଡ଼ନାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ପାତ୍ର,ଆକାଶ ଦାସ, ଅଲେଖ ଚନ୍ଦ୍ର ନାୟକ, ସନ୍ତୋଷ କୁମାର ଉଦାବର୍, ରାଜେଶ୍ ବାର୍ଲା, ବୁଲୁ ଧଳ, ନାଥ କୃଷ୍ଣ ଜାଲ, ଜିତେନ୍ଦ୍ର ବେହେରା, ଇଲିଆସ ବାର୍, ସୁମନ୍ତ କୁମାର ବେହେରା, ମନୋଜ ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...