ଦେବଗଡ଼(କୋଶଲ ନ୍ୟୁଜ୍):- ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ପକ୍ଷରୁ ଦେବଗଡ଼ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଜ଼ିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ବରେଣ୍ୟ ଅତିଥି ଭାବେ ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ ପରକ୍ଷିତ ସାହୁ, ଜ଼ିଲ୍ଲାପରିଷଦ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବରିହା, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁରତି ପ୍ରଧାନ, ଭାରପ୍ରାପ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଡିପିସି ମିଶନ ଶକ୍ତି ଶିଶିର ଷଡ଼ଙ୍ଗୀ ମଞ୍ଚାସିନ ରହି ସର୍ବପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି କର୍ମଶାଳା ଟି ଉଦଘାଟନ କରିଥିଲେ ।

ଲକ୍ଷପତି ସହାୟିକା ଯୋଜନା ମାଧ୍ୟମରେ ସମସ୍ତ ମା ଙ୍କୁ ଏକ ବର୍ଷରେ ୧ ଲକ୍ଷ ରୁ ଉର୍ଦ୍ଧ୍ୱ ରୋଜଗାର କରାଇବା ଉଦ୍ଧେଶ୍ୟ ସମ୍ପର୍କ ରେ ପରାମର୍ଶ ଦେଇଥିଲେ । ପରେ ପରେ ଜ଼ିଲ୍ଲା ର ତିଲେଇବଣି ବ୍ଲକ ମା ସରସ୍ବତୀ ପ୍ରଣତି ପ୍ରଧାନ ତିରିବି, ମା ଚଞ୍ଚଳା ଅଞ୍ଜଳି ଦେହୁରୀ ବୁକାବେଡା, ଶ୍ରାବଣୀ ଏସ ଏ ଜି ନିଶାମଣି ଧଳ ବାଲିଗୁଡ଼ି, ବାରକୋଟ ବ୍ଲକ ର ମହାଲଷ୍ମୀ ଶକୁନ୍ତଳା ଧଳ କଣ୍ଢଳ, ମା ଅମ୍ବିକା କାମିନି ଜିତ ଡଅଁରା, ମା ଶକ୍ତି ଲିଲି ବେହେରା ବସାଲଇ, ରିଆମାଳ ବ୍ଲକ ର ମା ବିଘ୍ନେଶ୍ୱରୀ ସଂଯୁକ୍ତା ପ୍ରଧାନ କାଦୋପଡା, ଜୟ ମା ଭବାନୀ ଏସ ଏସ ଜି କ୍ଷୀରୋଧିନି ସାହୁ ବଡ଼କୁଆଖୁଳ, ବିଷ୍ନୁପ୍ରିୟା ଏସ ଏସ ଜି ଲିଲି ପ୍ରଧାନ ଖୁଣ୍ଡାଝରି ଙ୍କୁ ଉନ୍ନତ ମାନ କାମ କରି ଲକ୍ଷପତି ହୋଇଥିବାରୁ ଉତ୍ତୋରୀୟ ଦେଇ ସମ୍ମାନିତ କରାଯାଇଥିଲା। ପରେ ପରେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଅନ୍ତର୍ଜାମୀ ସାହୁ, ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ କୁଟିଳ ଦାସ, ସିଓ ଓରମାସ ରବୀନ୍ଦ୍ର ପ୍ରଧାନ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ମାନସୀ ଭୋଳ, ବ୍ଲକ କୃଷି ଅଧିକାରୀ ମନୋଜ ମାରାଣ୍ଡି, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁନୀଲ ମନୋହର ନାଏକ, ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ, ଜ଼ିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗର ରଶ୍ମି ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତି ରହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ କିପରି ଲକ୍ଷପତି ହେବା ପାଇଁ ଶିବିରରେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ରେ ତିନି ବ୍ଲକ ରୁ ଆସିଥିବା ୭୦୦ କମ୍ୟୁନିଟି ସୋପର୍ଟ ଷ୍ଟାପ ଓ ମିଶନ ଶକ୍ତି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ ।