ଅଙ୍ଗନୱାଡ଼ି କର୍ମୀଙ୍କ ଜରୁରୀ କାଳୀନ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ ପକ୍ଷରୁ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଏବଂ ସାହାଯ୍ୟ କାରେଣି ମାନଙ୍କୁ ନେଇ ରିଆମାଳ ଅଙ୍ଗନୱାଡ଼ି “କ” କେନ୍ଦ୍ରରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା, ବାର୍ଷିକ ସଭା, ନୂତନ କର୍ମକର୍ତ୍ତା ଚୟନ, ବାର୍ଷିକ ଚାନ୍ଦାର ଉଲ୍ଲେଖ ଏବଂ ଜିଲ୍ଲା କମିଟି ସଂଘ ଯୋଗାଯୋଗ କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ନୂତନ ସଭ୍ୟା ଚୟନରେ, ପୂର୍ବରୁ ଥିବା ଶ୍ରୀମତୀ ମଞ୍ଜୁଲତା ବାରିକଙ୍କ ବଦଳରେ ନୂତନ ସଭାପତି ସଂଯୁକ୍ତା ସାହୁ, ଏବଂ ଉପସଭାପତି ଭାବେ ପୁଷ୍ପାଞ୍ଜଳି ସାମଲ, ସେହିଭଳି ସେକ୍ରେଟାରୀ ଶ୍ରୀମତୀ ଅଞ୍ଜଳି ସାହୁଙ୍କ ବଦଳରେ ରଶ୍ମିତା ପୃଷ୍ଟି, ଉପ ସେକ୍ରେଟାରୀ ବର୍ଷାରାଣୀ ପ୍ରଧାନ, କ୍ୟାସିଅର ସଂଯୁକ୍ତା ପ୍ରଧାମନ୍ତ୍ରୀଙ୍କ ବଦଳରେ ସୈରୀ ବେହେରାଙ୍କୁ ଚୟନ କରାଯାଇଥିବା ଜଣାପଡିଛି। ଫଳରେ ସେକ୍ଟର ଲିଡର ଭାବେ ପଳସମା ସେକ୍ଟର ର ମିଲନ ବେହେରା, ରିଆମାଳ ରୁ ଲିଡର ସସ୍ମିତା ବିଶି, ଆଡସ ରୁ ସବିତା କିସାନ, ତାରଙ୍ଗ ସେକ୍ଟରର ଇନ୍ଦିରା ଦେହୁରୀ, ଟୁହିଲାମାଳ ଜୟନ୍ତୀ କିସାନଙ୍କୁ ଚୟନ ହୋଇଥିବା ବେଳେ, ଶ୍ରୀମତୀ ମଞ୍ଜୁଲତା ବାରିକ ଏବଂ ଅଞ୍ଜଳି ସାହୁଙ୍କୁ ନୂତନ କମିଟିର ଉପଦେଷ୍ଟା ଭାବେ ଚୟନ କରାଯାଇଛି ।

Comments
Loading...