କୃଷି ସୂଚନା ପକ୍ଷରୁ ଏଟିଏମ୍ଏଫ୍, ବିଏଫଏସି କମିଟି ଗଠନ

ରିଆମାଳ (କୋଶଲ ନ୍ୟୁଜ୍):-  ଆଜି ଅପରାହ୍ନ ତିନିଟା ସମୟରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ରିଆମାଳ ଠାରେ (ଏ.ଟି.ଏମ.ଏଫ୍),(ବି.ଏଫ.ଏ.ସି) କମିଟି ଗଠନ କରାଗଲା। ଏହି ବୈଠକରେ ନୂତନ ଭାବେ ଶ୍ରୀ ପ୍ରକାଶ କୁମାର ଆଚାର୍ଯ୍ୟ (ବି.ଏଫ୍.ଏ.ସି) ର ଅଧ୍ୟକ୍ଷ ଭାବେ ନିତ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ପ୍ରଥମେ ଶ୍ରୀ ବୀରେନ କୁମାର ପ୍ରଧାନ, ଶ୍ରୀ ପ୍ରକାଶ କୁମାର ଆଚାର୍ଯ୍ୟଙ୍କୁ ଅଧ୍ୟକ୍ଷ ଭାବରେ ପ୍ରସ୍ତାବ ଦେଇଥିଲେ ଏବଂ ସମୀର କୁମାର ସାହୁ ସମର୍ଥନ କରିଥିଲେ। ଏହି ବୈଠକରେ ଗୋଷ୍ଟି ଅଧିକାରୀ ଶ୍ରୀଯୁକ୍ତ ସତ୍ୟପ୍ରକାଶ ଦାସ, ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ସାହୁ, ସହକାରୀ କୃଷି ଅଧିକାରୀ ଗୌରୀ ଶଙ୍କର ପ୍ରଧାନ, ସହକାରୀ କୃଷି ବୈଷୟିକ ପରିଚାଳକ ଦୁଷ୍ମନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। (ବି.ଏଫ୍.ଏ.ସି) ଓ (ଏ.ଟି.ଏମ୍.ଏଫ୍) କମିଟିର ନିରଞ୍ଜନ ବେହେରା , ଅମୂଲ୍ୟ କୁମାର ସାହୁ, ବୀରେନ ପ୍ରଧାନ, ଅଚ୍ୟୁତା ନନ୍ଦ ସାହୁ, ରଞ୍ଜିତ ନାଥ, ବସନ୍ତ କୁମାର ବେହେରା, ସନ୍ତୋଷ କୁମାର ରାଉତ ଯୋଗ ଦେଇ ଥିଲେ।

Comments
Loading...