କୋମଳମତୀ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ଚାଲିଛି ଖେଳ

ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଅଛି l କିନ୍ତୁ କିଛି ଛତୁଆ ବଣ୍ଟନକାରୀ ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଆତ୍ମସାତ ମନୋବୃତି ଯୋଗୁଁ ଏଠାକାର ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ଵାସ୍ଥ୍ୟକୁ ନେଇ ଖେଳ
କେତେବେଳେ ନିମ୍ନ ମାନର ଲଡ଼ୁ କୁ ନେଇ ଅବିଭାବକ ମହଲରୁ ଅଭିଯୋଗ ସମ୍ନାକୁ ଆସିଥବା ପରେ ଏବେ ସଠିକ୍ ସମୟରେ ଛତୁଆ ବଣ୍ଟନ ହୋଇ ପାରୁନଥିବା , ନିମ୍ନମାନର ଛତୁଆ ପ୍ରସ୍ତୁତ କରିବା, ଶିଶୁ ଓ ଗର୍ଭବତୀ ମହିଳାଙ୍କ ଛତୁଆ ଖାଦ୍ୟକୁ ଅଳିଆ ଆବର୍ଜନାରେ ପଫାଡି ଦେଇ ଚାଲିଯିବା , ଛତୁଆ ବୈଧ ସମୟର ଶେଷକୁ ମଧ୍ୟ ନେଇ ଏଭଳି ଅଭିଯୋଗ ଉଠିଛି lନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସମନ୍ବିତ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ୧୫ ସେକ୍ଟର ୩୦୦ଟି ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ଛତୁଆ ବଣ୍ଟନରେ ଅନିୟମିତତା ଅଭିଯୋଗ ହେବା ପରେ ଏବେ ସମନ୍ବିତ ଶିଶୁ ବିକାଶ ବିଭାଗର ପ୍ରକୃତ ଋପ ପଦାକୁ ଆସିଛି l ବଣ୍ଟନ ଦାୟିତ୍ୱରେ ଥିବା ଏସଏଚଜି ଗ୍ରୁପ ପକ୍ଷରୁ ସଠିକ ଭାବେ ଛତୁଆ ଯୋଗାଇ ପାରୁନଥିବା ଦେଖିବାକୁ ମିଳିଛି l


ସୂଚନା ଅନୁଯାୟୀ ମାସର ୨୩ ତାରିଖ ଦିନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଛତୁଆ ମିଶ୍ରଣ ହୋଇ ମାସର ଶେଷ ତାରିଖ ସୁଦ୍ଧା ପତ୍ୟେକ କେନ୍ଦ୍ରରେ ବଣ୍ଟନ କରାଯିବାର ନିୟମ ରହିଛି l କିନ୍ତୁ ସମଗ୍ର ବ୍ଲକରେ ଜଣେ ମାତ୍ର ଗୃପ ଦାଇତ୍ୱ ନେଇଥିବାରୁ ସେ ସଠିକ୍ ସମୟରେ କେନ୍ଦ୍ରରେ ଛତୁଆ ବଣ୍ଟନ କରିପାରୁନଥିବା ଅଭିଯୋଗ ହେଉଛି l ଅପରପକ୍ଷରେ ନିୟମକୁ ଜଳାଂଜଳି ଦେଇ ସମସ୍ତ କେନ୍ଦ୍ରରେ ଛତୁଆ ପହଞ୍ଚିବା ବେଳକୁ ମାସର ୧୫ ତାରିଖ ହୋଇ ଯାଉଛି l ପଛୁଆ ତାରିଖ ପକାଇ ଅଙ୍ଗନବାଡି କର୍ମୀଙ୍କୁ ରସିଦ ଦେଉଥିବା ଦେଖିବାକୁ ମିଳିଛି l ଏପରିକି ଛତୁଆ ବଣ୍ଟନ ତାରିଖ ପରେ ଛତୁଆ ପ୍ଯାକିଂଗ ତାରିଖ ପଡିଥିବା ଦେଖିବାକୁ ମିଳିଛି l ଏଭଳି ଘଟଣା ଦେଖିବାକୁ ମିଳିଛି ରାଇଘର ଅଂଚଳର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଗୁଡିକରେ l ଛତୁଆ ରେ ପ୍ୟକିଂ ତାରିଖ ୨୯ /୩/୨୦୨୧ ଉଲ୍ଲେଖ ରହିଥିବା ବେଳେ ପ୍ରଦାନ କରାଯାଇଥିବା ରସିଦ ରେ ୨୭/୩ ୨୦୨୧ ତାରିଖ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି l ଏହି ଦୁଇ ତାରିଖ ଦେଖିଲେ ଛତୁଆ ନିର୍ମାଣ ପୂର୍ବରୁ କିଭଳି ବଣ୍ଟନ ହେଉଛି ବୋଲି ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି ହେଉଛି l ଏଭଳି ଘଟଣା ଦେଖିଲେ ମନେହେଉଛି ସତେ ଯେମିତି ଛତୁଆ ବଣ୍ଟନ ରେ ଦୁର୍ନୀତିର ସବୁ ସୀମା ଅତିକ୍ରମ କରିସାରିଛି l ତୁରନ୍ତ ଛତୁଆ ବଣ୍ଟନ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଜିଲ୍ଲାପାଳଙ୍କୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି |

Comments
Loading...