ବରିଷ୍ଟ ନାଗରିକ ମାନଙ୍କୁ ନେଇ ସ୍ୱାଗତ ସମ୍ବର୍ଦ୍ଧନା ସହ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଦେବଗଡ ଜିଲ୍ଲା ବାରକୋଟ ଅନ୍ତର୍ଗତ କେଲଡା ଗ୍ରାମପଂଚାୟତ ର କେଲଡା ଗ୍ରାମର ଗ୍ରାମଖଳା ଠାରେ ବରିଷ୍ଠ ନାଗରିକମାନଂକୁ ନେଇ ଏକ ବରିଷ୍ଠ ନାଗରିକ ସାମର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା. ଏହି ବରିଷ୍ଟ ନାଗରିକ ସାମର୍ଦ୍ଧନା ସଭାକୁ ରଞ୍ଜନ କୁମାର ପ୍ରଧାନ ଆୟୋଜନ କରିଥିଲେ. ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଉର୍ନ୍ନନୟ ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ନାୟକ, ସନ୍ନମାନନୀୟ ଅତିଥି ଅବସର ପ୍ରାପ୍ତ ମାତ୍ସ ଅଧିକାରୀ ପଞ୍ଚାନନ ସାହୁ, ମୁଖ୍ୟ ବକ୍ତା ଲଳିତ ମୋହନ ଜେନା, ସାନମାନିତ ଅତିଥି ତନୁ ଚନ୍ଦ୍ର ପ୍ରଧାନ, ବୈକୁଣ୍ଠ ବାରିକ, ଭୋଲେଶ୍ୱର ପ୍ରଧାନ, ଗଣନାଥ ପ୍ରଧାନ, ତନୁ ଚନ୍ଦ୍ର ପ୍ରଧାନ, ସନମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ସ୍ୱେଚ୍ଛା ସେବୀ ଗଣନାଥ ମହାପାତ୍ର, ରଞ୍ଜନକୁମାର ପ୍ରଧାନ, କେଲଡା ହାଇସ୍କୁଲ ପ୍ରଧାନ ଶିକ୍ଷକ, ଗୀତାଞ୍ଜଳି ମହାନ୍ତି, ମହିଳା ଜନକଲ୍ୟାଣ ସଂଗଠନ ର ଜିଲ୍ଲା ପରିଚାଳିକା ଓ ଏହି ସଭାକୁ ସଂଯୋଜନା କରିଥିଲେ ରେବତୀ ମୋହନ ପ୍ରଧାନ.ଏଥି ସହିତ କାଦପଡା ଗ୍ରାମପଞ୍ଚୟ ର ସ୍ୱେଚ୍ଛାସେବୀ ଗୋଲାପ ସାହୁ, ବଲାଣ୍ଡ ଗ୍ରାମ ପଞ୍ଚାୟତ ର ଆରତୀ ପାତ୍ର ସହିତ ବହୁତ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ.
ସର୍ବେ ପ୍ରଥମେ ଏହି ସଭାର ଆୟୋଜକ ରଞ୍ଜନ କୁମାର ପ୍ରଧାନ ବରିଷ୍ଠ ନାଗରିକ ସାମର୍ଦ୍ଧନା ସଭାର ଉଦେଶ୍ୟ ବିଷୟରେ କହିଥିଲେ ଯେ ବରିଷ୍ଠ ନାଗରିକମାନଙ୍କୁ ନେଇ କେହି କେବେ କୌଣସି ସଭା କରିନଥିଲେ କାରଣ ସମସ୍ତେ ଭାବନ୍ତି ଯେ ବରିଷ୍ଠ ନାଗରିକ ମାନେ ଅଦରକାରୀ ପଦାର୍ଥ ତେଣୁ ସେ ଚିନ୍ତା କଲେ ବରିଷ୍ଠ ନାଗରିକ ମାନଂକୁ ନେଇ ଏକ ସଭା କରିବେ.
ଏହି ସଭାରେ ସେ ଉପସ୍ଥିତ ଥିବ ସମସ୍ତ ବରିଷ୍ଠ ନାଗରିକଙ୍କୁ କମ୍ବଳ ଓ ଗାମୁଛା ବଣ୍ଟନ କରିବା ସହିତ ଭୋଜନର ମଧ୍ୟ ଆୟୋଜନ କରିଥିଲେ. ଏହି ସଭାରେ ପ୍ରାୟ 70ରୁ ଉର୍ଦ୍ଧ ବରିଷ୍ଟ ନାଗରିକ ଉପସ୍ଥିତ ଥିଲେ.
ଏହି ଅଂଚଳ ରେ ପ୍ରଥମ ଥର ପାଇଁ ଏ ଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅଂଚଳ ବାସି ବେଶ ପ୍ରଂଶଂସା କରିଥିଲେ.

Comments
Loading...