ବରକୋଳୀ ଚାଷକରି ସ୍ବାବଲମ୍ବୀ ହୋଇଛନ୍ତି ଜଣେ ଯୁବକ 

ନବରଙ୍ଗପୁର (କୋଶଲ ନ୍ୟୁଜ୍):- ମାସକୁ ମାତ୍ର ୬୦ ହଜାର ଟଙ୍କା ଖର୍ଚ୍ଚକରି ଲାଭପାଉଛନ୍ତି ସାଢେ ୩ ଲକ୍ଷ ଟଙ୍କା । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡି ପଞ୍ଚାୟତର ପାଉରବେଲା ୧ ନମ୍ବର ଗ୍ରାମର ରାଜା ମଣ୍ଡଳ ନିଜ ମାମୁଘର କଲିକତା ବୁଲିଯାଇ ଦେଖିଲେ ଜଣେ ଲୋକ ନିଜ ଜମିରେ ବରକୋଳୀ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ଇନକମ କରୁଛନ୍ତି ।

ଏହାକୁ ଆଖି ଆଗରେ ରଖି ରାଜା କଲିକତା ରୁ ସେହି ଲୋକଙ୍କ ଠାରୁ ବରକୋଳୀ ଚାରାଆଣି ନିଜ ଜମିରେ ମାତ୍ର ଷାଠିଏ ହଜାର ଟଙ୍କା ଖର୍ଚ୍ଚ ଲଗାଇ ଗୋଟିଏ ବର୍ଷରେ ରୋଜଗାର କରିଛନ୍ତି ସାଢେ ତିନି ଲକ୍ଷ ଟଙ୍କା ତାହା ମଧ୍ୟ ବିନା ସରକାରୀ ସାହାୟତାରେ ଆଜି ଏଭଳି ଜଣେ ଯୁବକ ନିଜ ପଇସାରେ କଠିନ ପରିଶ୍ରମ କରି ସାବଲମ୍ବୀ ହୋଇ ପାରିଛନ୍ତି । ଏହି ବରକୋଳୀ ବହୁତ ମିଠା ହେଇଥିବାରୁ ଆଖପାଖ ଅଞ୍ଚଳ ଏବଂ ଛତିଶଗଡ଼ ରୁ ଲୋକେ ଆସି କିଣୁଥିବା ମଧ୍ୟ ଦେଖିବାକୁ ମିଳିଛି । ସୂଚନା ଥାଉକି ରାଜା ମଣ୍ଡଳଙ୍କ ବାପା ସଞ୍ଜିତ ମଣ୍ଡଳଙ୍କ ମୃତ୍ୟୁ ପରେ ରାଜା ଏହି ବରକୋଳୀ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ।

Comments
Loading...