ଶିଶୁ ଚାଲାଣ ରୋକିବା ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ

ଅନୁଗୋଳ (କୋଶଲ ନ୍ୟୁଜ୍):- ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ଓ ରେଲୱେ ପୋଲିସ୍ ର ମିଳିତ ଉଦ୍ୟମରେ ଅନୁଗୋଳ, ବଇଣ୍ଡା ରେଲୱେ ଷ୍ଟେସନ ଓ ଅନୁଗୁଳ, ତାଳଚେର ଵସଷ୍ଟାଣ୍ଡ ମାନଙ୍କରେ ବିଶ୍ୱମାନବ ଚାଲାଣ ନିରୋଧ ଦିବସ ଜୁଲାଇ ୩୦ ଉପଲକ୍ଷେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଟ୍ରେନ ଓ ବସ ର ଯାତ୍ରୀ ମାନଙ୍କୁ ଶିଶୁ ଚାଲାଣ ରୋକିବା ପାଇଁ କିପରି ପଦକ୍ଷେପ ନିଆଯାଇପାରିବ ସେ ଉପରେ ସଚେତନ କରାଯାଇଥିଲା । ୧୪ ବର୍ଷ ରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଏବଂ ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଂକୁଳ କାର୍ଯ୍ୟରେ ନିୟୋଜନ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ । ତେଣୁ ଯଦି ଏହିପରି ପିଲାମାନଙ୍କୁ ସନ୍ଦେହଜନକ ପରିସ୍ଥିତିରେ ଯାତ୍ରା କରୁଥିବା ଦେଖନ୍ତି, ଏକାକୀ ହୁଅନ୍ତୁ କିମ୍ବା କୌଣସି ଗୋଷ୍ଠୀର ଅଂଶ ହୁଅନ୍ତୁ, ଦୟାକରି ତୁରନ୍ତ ଶିଶୁ ସହାୟତା ନମ୍ବର 1098 ରେଳ ସହାୟତା ନମ୍ୱର 139 ରେ ଯୋଗାଯୋଗ କରନ୍ତୁ ବୋଲି କୁହାଯାଇଥିଲା । ଏହିପରି ଭାବରେ ବ୍ୟକ୍ତିଗତ ସଚେତନତା, ରାଲି, ଲିଫଲେଟ ମାଧ୍ୟ୍ୟମରେ ଶିଶୁ ଚାଲାଣ ସମ୍ବନ୍ଧୀୟ ଖବର ଟ୍ରେନ ଓ ବସ ର ଯାତ୍ରୀମାନଙ୍କୁ ଅବଗତ କରାଯାଇଥିଲା ।

ବିଭିନ୍ନ ଟ୍ରେନର ଜେନେରାଲ କୋଚ ଓ ବସ୍ ମାନଙ୍କରେ ଯାଞ୍ଚ କରାଯାଇ ଶିଶୁ ଚାଲାଣ ବନ୍ଦ ପାଇଁ ପଦକ୍ଷେପ ନିଆଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ବିଶ୍ୱ ଯୁବ କେନ୍ଦ୍ର ର ସଂଯୋଜିକା ପୂଜା ସ୍ୱାଇଁ ଙ୍କ ନେତୃତ୍ୱ ରେ ପ୍ରକଳ୍ପ ସହାୟକ, ପପି ଦେହୁରୀ, ଦିପି ଦେହୁରୀ, ସୋନାଲିସା ଶବର, ଲକ୍ଷ୍ମୀ ବେହେରା, ସୁନିତା ମାଝୀ, ପ୍ରଦୀପ ନାୟକ, ପୂର୍ଣ୍ଣ ଚନ୍ଦ୍ର କିସାନ ପ୍ରମୁଖ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments
Loading...