ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ଝରାକଣ୍ଢଳ ପଞ୍ଚାୟତ ଶିବଶଙ୍କର କ୍ଲବ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦଳ ଭାଗ ନେଇଥିଲେ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବାବା ସର୍ବେଶ୍ଵର କାଦୋପଡା ଯୋଗେ ଇଲେଭେନ୍ ଷ୍ଟାର୍ ଦଳକୁ ଫରାସ୍ତ କରି ଚାମ୍ପିୟନସ ହୋଇଛି । ରେଫାରୀ ଭାବେ ଲକ୍ଷ୍ମଣ ସେଠ୍ ସୋରଜ ଗଡ଼ନାୟକ, ଦେବାନନ୍ଦ ମିଶ୍ର ଓ ଯୋଗେନ୍ଦ୍ର ଓରାମ , ଭାଷଣବାଜୀରେ କୃଷ୍ଣଚନ୍ଦ୍ର ପ୍ରଧାନ ରହିଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ତନ୍ମୟ କୁମାର ପ୍ରଧାନ, ସମ୍ପାଦକ ଦେବାନନ୍ଦ ସାହୁଙ୍କ ତତ୍ବାବଧାନରେ ଗତକାଲି ସନ୍ଧ୍ୟା ସମୟରେ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଦେବଗଡ଼ ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟତା ଦଳକୁ ଟ୍ରଫି ସହିତ ନଗଦ ୩୨୦୩୩ ହଜାର ଟଙ୍କା ଏବଂ ଉପ ବିଜେତା ଦଳକୁ ଟ୍ରଫି ସହିତ ନଗଦ ୨୫୦୨୫ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ହିରାଲାଲ ସାହୁ ଓ ଝରାକଣ୍ଡଳ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମଣ କିସାନ ପ୍ରମୁଖ ମଞ୍ଚାସୀନ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଅନୁଷ୍ଠାନର ଆୟୋଜକ ଲୁଲୁ ନାଏକ, ଭଗବାନ ପାତ୍ର, ସତ୍ୟ ମହାକୁଳ, ପ୍ରହଲ୍ଲାଦ ନାଏକ ଓ ବ୍ରହ୍ମା ନାଏକ ଓ କ୍ଲବର ସମସ୍ତ ମେମ୍ବର ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।