ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କଣ୍ଟାବାହାଳ ଗ୍ରାମର ଆୟୋଜକ ରାଧାକୃଷ୍ଣ କ୍ରିକେଟ କ୍ଲବ୍ ର ସଭାପତି ବିକାଶ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନୋରଞ୍ଜନ ନାୟକ ଯୋଗଦେଇ ଆୟୋଜକ ଓ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ଏହି କାର୍ଯ୍ୟକ୍ରମକୁ ଫିତାକାଟି ଆରମ୍ଭ କରିଥିଲେ। ଆଜିର ମ୍ୟାଚ୍ କୁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଦ୍ବାରା ସ୍ଵିକୃତି ପ୍ରାପ୍ତ ଅମ୍ପାୟାର ବିଶ୍ବମ୍ବର ମହାକୁଳ ଓ ଚୁଡ଼ାମଣି ପାଢ଼ୀ ଖେଳ ପରିଚାଳନା କରିଥିଲେ । ଆଜିର ପ୍ରଥମ ମ୍ୟାଚରେ ଜଗନ୍ନାଥ କଲୋନୀ କ୍ରିକେଟ କ୍ଲବ୍ କୁ ପରାସ୍ତ କରି ୟୁନିକ କ୍ଲବ୍ କେନ୍ଦୁଝର ବିଜୟତା ହାସଲ କରିଛି। ହିତେଶ କୁମାର ସାହୁ ଓ ଲିଙ୍କନ ପ୍ରଧାନ ସ୍କୋର ବୋର୍ଡ ଦାୟିତ୍ବ ରେ ରହିଥିବା ବେଳେ ଭାଷଣ ବାଜି ଦାୟିତ୍ବ ଅନିଲ ନାୟକ ତୁଲାଇଥିଲେ। ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା କେନ୍ଦୁଝର କ୍ରିକେଟ କ୍ଲବ୍ ର ପ୍ରଶାନ୍ତ ଚୈହାନ ମ୍ୟାନ୍ ଓଫ୍ ଦୋ ମ୍ୟାଚ୍ ବିବେଚିତ ହୋଇଥିଲେ। ଆୟୋଜକ ରାଧାକୃଷ୍ଣ କ୍ରିକେଟ କ୍ଲବ୍ ର ସମସ୍ତ ମେମ୍ବର ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। ଆସନ୍ତା କାଲି ର ମ୍ୟାଚ୍ ଏକାଦଶ ମୁମ୍ବାଇ ଓ ହିନ୍ଦୋଳ ଏକାଦଶ ମଧ୍ୟରେ ଖେଳ ରହିଥିବା ସୂଚନା ମିଳିଛି।
