ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ଉଦବେଗ ପ୍ରକାଶ କରିଛନ୍ତି। ଗତ ରବିବାର ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ହିଂସା ଯୋଗୁ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ କହିଛନ୍ତି।
ରବିବାର ସନ୍ଧ୍ୟା ଠାରୁ ୭୨ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଯୋଗୁ ଜଣେ ୮୦ ବର୍ଷ ବୟସ୍କା ବିଧବାଙ୍କ ଜୀବନ ଯାଇଥିବା ବେଳେ ଶହ ଶହ ଘର ଭଙ୍ଗାରୁଜା କରାଯାଇଛି ଫଳରେ ଲୋକମାନେ ଶହ ଶହ ସଂଖ୍ୟାରେ ଘର ଛାଡି ଅନ୍ୟତ୍ର ପଳାଉଥିବା ଖବର ମିଳିଛି। ଆଇନ ଏବଂ ଶୃଙ୍ଖଳା ପରିସ୍ଥିତି ସୀମା ଅତିକ୍ରମ କରିଥିବା ବେଳେ ସେଠାରେ ହିଂସା, ଭଙ୍ଗାରୁଜା, ଅଗ୍ନି ସଂଯୋଗ, ଲୁଟ୍ ଏବଂ ହତ୍ୟା ବୃଦ୍ଧି ପାଇବାରେ ଲାଗିଛି।
