ଆଜିର ରାଶିଫଳ ସୋମବାର ୧୯ ଏପ୍ରିଲ ୨୦୨୧

ମେଷ: କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଭେଟିବା ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ। ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼େଇ କରିବାର କ୍ଷମତା ଅର୍ଜନ କରିବେ। ଆୟର ମାଧ୍ୟମ ଓ ପରିମାଣ ବୃଦ୍ଧି ପାଇବ। କିଛି ସମୟ ଧରି ଚାଲିଆସୁଥିବା ସମସ୍ୟାର ଠିକ୍ ସମାଧାନ ମଧ୍ୟ ମିଳିଯିବ। ତେବେ ଅନ୍ୟମାନଙ୍କୁ ପରାମର୍ଶ ଦେବା ଅପେକ୍ଷା ନିଜ ଭିତରେ କିଛି ଭୁଲତ୍ରୁଟି ଥିଲେ ତାହା ସଂଶୋଧନ କରିବା ବୁଦ୍ଧିମତ୍ତାର କାର୍ଯ୍ୟ। ଆପଣ ବ୍ୟବସାୟ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। କିନ୍ତୁ ବହୁତ କଠିନ ପରିଶ୍ରମ କରିବାର ମଧ୍ୟ ଆବଶ୍ୟକତା ଅଛି। ଭୁଲ ଖାଦ୍ୟ ଖାଇବା କାରଣରୁ ଗଳା ଖରାପ ହୋଇପାରେ। କୌଣସି କ୍ଷେତ୍ରରେ ବେପରୁଆ ହେବା ଅନୁଚିତ।
ମିଥୁନ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଆଜି ଆପଣଙ୍କର ସମସ୍ତ ସମସ୍ଯାର ସମାଧାନ ହେବ । ଯାହା ଫଳରେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । କୌଣସି ମହାନ ବ୍ୟକ୍ତିର ସାହାଜ୍ଯ ଆଜି ଆପଣାଙ୍କୁ ମିଳିପାରେ । ଆପଣ କର୍ମ କ୍ଷେତ୍ରରେ ମାନ ସମାନ ପାଇବେ । କୌଣସି ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନିଅନ୍ତୁ । ଛାତ୍ର ମାନେ କଠିନ ପରିଶ୍ରମ ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ମହିଳା ମାନେ କୌଣସି ଧାର୍ମିକ କାର୍ଯ୍ୟରେ ନିଜକୁ ନିଯୋଜିତ ରଖିବେ ।
ସିଂହ: ଏହି ରାଶିର ଲୋକ ମାନେ କୌଣସି ନୂଆ ଜାଗା କିଣିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ଅଟେ । ସନ୍ତାନ ମାନଙ୍କ ପକ୍ଷରୁ କୌଣସି ଖୁସି ଖବର ଶୁଣିବାକୁ ମିଳିବ । ଶିକ୍ଷକ ମାନଙ୍କୁ ନୂଆ ପଦ ମିଳିବାର ଯୋଗ ରହିଛି । ଆପଣଙ୍କ ଚେଷ୍ଟା ଆପଣଙ୍କ ଜୀବନରେ ସଫଳତା ଆଣିଦେବ । ଧନ ଲାଭର ଯୋଗ ରହିଛି । ନିଜ ସାଙ୍ଗ ସାଥିଙ୍କ ସହ ଅଧିକ ସମୟ ବିତାଇବାର ମୌକା ମିଳିବ । ଛାତ୍ରମାନେ ନିଜ ଦକ୍ଷତାର ପରୀକ୍ଷା ଦେବେ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ତୁଳା: ଏହି ରାଶିର ଲୋକ ମାନଙ୍କର ଭାଗ୍ୟ ଆଜି ପୁରା ସାଥ ଦେବ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଛାତ୍ର ମାନେ ନିଜ ଜୀବନରେ କଠିନ ପରିଶ୍ରମ କରି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ମହିଳା ମାନେ ନିଜକୁ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରଖିବେ । ସନ୍ତାନ ମାନଙ୍କ ପାଠପଢା ଓ ସ୍ୱାସ୍ଥ୍ୟକୁ ନେଇ ଆପଣ ଆଜି ଚିନ୍ତିତ ରହିବେ । ଘର ଲୋକଙ୍କ ମଧ୍ୟରେ ତାଳମେଳ ଭଲ ରହିବ । ଅଫିସରେ କାମ କରୁଥିବା ବ୍ୟକ୍ତି ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ପାଇବେ ।
ଧନୁ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ଆନଦ ହେବେ । ଧନ ଲାଭର ଯୋଗ ରହିଛି । ଚାକିରି କରିଥିବା ବ୍ୟକ୍ତି ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ପାଇବେ । ନିଜକୁ କୌଣସି ଠକ ଲୋକଙ୍କ ଠାରୁ ଦୂରେଇ ରଖନ୍ତୁ । ଅଧିକ ପରିଶ୍ରମ କରି କମ ସଫଳତା ପାଇବାରୁ ଆଜି ଆପଣ ନିରାଶ ରହିବେ । ସେଥି ପାଇଁ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀ ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ ।
କୁମ୍ଭ: ଏହି ରାଶିର ଲୋକ ମାନେ ନିଜ ଭାଇ ଭଉଣୀଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ମହିଳା ମେନ ନିଜ ପାଇଁ କୌଣସି ନୂଆ ଜିନିଷ କିଣିବାରେ ବ୍ୟସ୍ତ ରହିବେ । କୌଣସି କାମକୁ ନେଇ ଆପଣ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ସମାଜରେ ଆପଣଙ୍କ ମାନ ସମାନ ବୃଦ୍ଧି ହେବ । ବିପରୀତ ପରିସ୍ଥିତିରେ ଆପଣ ସାହସର ସହ ସାମ୍ନା କରିବେ । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ଆପଣ ଆଜି ମାନସିକ ଚିନ୍ତାରେ ରହିବେ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...