ଆଜିର ରାଶିଫଳ ରବିବାର ୧୬ ମଇ ୨୦୨୧

ମେଷ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ବ୍ୟବସାୟରେ ଭଲ ଲାଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ରହିବ । ପରିଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ଭଲ ସମ୍ଭଧ ରହିବ । ଛାତ୍ର ମାନେ ନିଜ ଜୀବନରେ ସଫଳ ହେବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଜି ଆପଣଙ୍କୁ ଭାଇ ବନ୍ଧୁ ମାନଙ୍କର ସହ ଯୋଗ ମିଳିବାକୁ ଯାଉଛି ।
ମିଥୁନ: ଏହି ରାଶିର ଲୋକ ମାନେ ନିଜ ଜୀବନ ସାଥିଙ୍କ ପ୍ରତି ଅଧିକ ଭାବୁକ ହେବେ । ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ଆପଣ ନିଜକୁ ବ୍ୟସ୍ତ ରଖିବେ । ସନ୍ତାନ ମାନଙ୍କ ପାଇଁ ଆପଣ ମାନସିକ ଚିନ୍ତାରେ ରହିବେ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ଆପଣଙ୍କୁ ମିଳିବ । ଶିକ୍ଷକ ମାନେ ନୂଆ ପଦ ପାଇବାର ଯୋଗ ରହିଛି । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବ । ଆର୍ଥିକ କାର୍ଯ୍ୟ ବା ଧନ ସମ୍ପତିକୁ ନେଇ କିଛି ବିବାଦ ହୋଇପାରେ । ସେଥି ପାଇଁ ଧ୍ୟାନ ରଖନ୍ତୁ ।
ସିଂହ:ଏହି ରାଶିର ଲୋକ ମାନେ କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପଡୋଶୀ ଓ ପ୍ରିୟଜନ ମାନଙ୍କ ସହ ଆପଣଙ୍କର ଭଲ ସମ୍ଭଧ ରହିବ । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ । ବିବାହିତ ଜୀବନରେ ଜୀବନ ସାଥିଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା ଜାରି ରଖନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ତୁଳା:ଏହି ରାଶିର ଲୋକମାନେ ଆଜି ଦିନରେ କୋଣସି ସମସ୍ୟାରୁ ବାହାରି ଆସିବେ । ନିଜ ପାଇଁ କିଛି ସମୟ ବାହାର କରନ୍ତୁ । ଆପଣ ଆଜି କୋଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ଓ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ବ୍ୟବସାୟରେ ଜଡିତ କୌଣସି କାମକୁ ନେଇ ଆପଣ ଆଜି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବ ଓ ଅଧିକ ସମୟ ଅତିବାହିତ କରିବେ । ଆପଣ ଆପଣଙ୍କ ବିଚାର ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଯାହା ଫଳରେ ଆପଣ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।
ଧନୁ: ଏହି ରାଶିର ଲୋକମାନେ ଆଜି କୌଣସି ନୂଆ ଯୋଜନା କରିପାରିବେ । ଯେଉଁଥିରେ ସେମାନେ ସଫଳ ହେବେ । ଆପଣ ଆଜି ନୂଆ ବାତା ବରଣରେ ନିଜର ସଂପୂର୍ଣ୍ଣ ସମୟ କଟାଇବେ । ଲୋକ ମାନଙ୍କର ପ୍ରେମ ଓ ଭରସାର ଆପଣ ବିଶ୍ଵସ୍ତ ହେବେ । ବ୍ୟବସାୟରେ କୌଣସି ସମସ୍ଯା ଦେଖାଯିବ । ଆପଣ କୌଣସି ଦରକାରୀ ବ୍ଯକ୍ତିର ସାହାର୍ଯ୍ୟ କରିବେ । ନିଜ ପ୍ରିୟଜନ ମାନଙ୍କ ସହଯୋଗ ମିଳିବ । ନିଜ ସ୍ବାସ୍ଥ୍ୟର ଯତ୍ନ ନେବେ । ଆପଣ ନିଜ ଭୁଲକୁ ସୁଧାରିବାକୁ ପ୍ରୟାସ କରନ୍ତୁ । ଅଧିକ ପରିଶ୍ରମ କରି ନିଜ ଜୀବନରେ ସଫଳତା ପାଇବାକୁ ଚେଷ୍ଟା କରନ୍ତୁ ।
କୁମ୍ଭ: ଏହି ରାଶିର ଲୋକ ମାନଙ୍କର ବ୍ୟବସାୟରେ ଭଲ ଲାଭ ହେବ । ପାଠ ପଢା ପିଲାଙ୍କ ପାଇଁ ଆଜି ଦିନ ବହୁତ ଭଲ ଅଟେ । ବ୍ୟବସାୟରେ ଆଜି ଭଲ ଲାଭ ହେତୁ ମନ ଆଜି ବହୁତ ଖୁସି ରହିବ । କାର୍ଯ୍ୟରେ କିଛି ଛୋଟ ମୋଟ ଅସୁବିଧା ଆସିବ କିନ୍ତୁ କିଛି ବଡ ସମସ୍ୟା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ କୌଣସି ଏକ ବଡ ବିପଦରେ ପଡ଼ିପାରନ୍ତି ସେଥିପାଇଁ ସତର୍କ ହୋଇ ଚାଲିବାକୁ ଚେଷ୍ଟା କରନ୍ତୁ । ଟଙ୍କା ଦେବା ନେବା ଠାରୁ ଦୂରେଇ ରୁହନ୍ତୁ ନଚେତ ଟଙ୍କା ଫେରି ପାଇବାକୁ ବହୁତ କଷ୍ଟ ହେବ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...