![]() ତିଥି ଓ ପର୍ବ-ଦିବସ: ଆସନ୍ତାକାଲି ପୌଷ ଶୁକ୍ଳ ତୃତୀୟା ପ୍ରାତଃ ୦୭:୪୬:୦୫ ଗତେ ଚତୁର୍ଥୀ ତିଥି। କୁମ୍ଭଚନ୍ଦ୍ର ଅହୋରାତ୍ର। ଶତଭିଷା ନିଶାନ୍ତ ୦୬:୦୯:୩୧ ଗତେ ପୂର୍ବଭାଦ୍ର ନକ୍ଷତ୍ର। ଶରଣ। ବିନାୟକ ଚତୁର୍ଥୀ, ଗୌରୀଗଣେଶ ଚତୁର୍ଥୀ। ବୃହସ୍ପତି ଅସ୍ତ। ପୁରୀ ଚକ୍ରତୀର୍ଥସ୍ଥ ଗୁରୁଗୃହ ନନି ନିବାସରେ ମହାଯୋଗୀ ଶ୍ରୀଶ୍ରୀ୧୧୦୮ ବିଶ୍ୱପ୍ରଣବ ଅତ୍ୟାଶ୍ରମ ମହାରାଜଙ୍କର ସନ୍ନ୍ୟାସ ଗ୍ରହଣ (ସତ୍ୟପ୍ରତିଷ୍ଠା) ଦିବସ ପାଳନ। ତୃତୀୟା ତିଥିରେ ପୋଟଳ ଏବଂ ପ୍ରାତଃ ୦୭:୪୬:୦୫ ଗତେ ଚତୁର୍ଥୀ ତିଥିରେ ମୂଳା ଭକ୍ଷଣ ନିଷେଧ।
|
![]() |
ମେଷ |
![]() |
ବୃଷ |
କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଅତ୍ୟଧିକ ବ୍ୟସ୍ତତା ହେତୁ ଆପଣ ଘରେ ସମୟ ଦେଇ ପାରିବେ ନାହିଁ। କିନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାଧାନ କରିବାରେ ସଫଳ ହେବେ। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହେତୁ ଉଦ୍ୟମରେ ସଫଳତା ପ୍ରାପ୍ତ ହେବେ। ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରତା ବଜାୟ ରଖନ୍ତୁ କାରଣ ସେମାନେ ଆପଣଙ୍କର ବଦନାମ କରିପାରନ୍ତି। ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିପାରନ୍ତି। କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ କିଛି ସମସ୍ୟା ଉପୁଜିପାରେ। ଚାପ ନେବା ପରିବର୍ତ୍ତେ ଏହାକୁ ବୁଝାମଣା ଭିତ୍ତିରେ ସମାଧାନ କରନ୍ତୁ। ସ୍ୱାମୀ-ସ୍ତ୍ରୀ ସମ୍ପର୍କ ସ୍ୱାଭାବିକ ରହିବ। କ୍ରୋଧ ଓ ଉତ୍ତେଜନାକୁ ନିୟନ୍ତ୍ରଣରେ ରଖନ୍ତୁ। ରକ୍ତଚାପଜନିତ ସମସ୍ୟା ଦେଖାଦେଇପାରେ।
![]() |
ମିଥୁନ |
![]() |
କର୍କଟ |
![]() |
ସିଂହ |
![]() |
କନ୍ୟା |
![]() |
ତୁଳା |
![]() |
ବିଛା |
![]() |
ଧନୁ |
![]() |
ମକର |
![]() |
କୁମ୍ଭ |
![]() |
ମୀନ |
[ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।]