![]() ତିଥି ଓ ପର୍ବ–ଦିବସ: ମଙ୍ଗଳବାର ପୌଷ କୃଷ୍ଣ ଚତୁର୍ଦ୍ଦଶୀ ଦିବା ୧୨:୨୨:୫୩ ଗତେ ଅମାବାସ୍ୟା ତିଥି। ଧନୁଚନ୍ଦ୍ର ଅହୋରାତ୍ର। ମୂଳା ପ୍ରାତଃ ୦୭:୩୭:୫୭ ଗତେ ପୂର୍ବାଷାଢ଼ା, ନିଶାନ୍ତ ୦୬:୨୧:୨୪ ଗତେ ଉତ୍ତରାଷାଢ଼ା ନକ୍ଷତ୍ର। ନଷ୍ଟ ଚନ୍ଦ୍ରୋପବାସ ଓ ନିଶା ପାଳନ। ଗୃହୀଣାଂ ବକୁଳ ଲାଗି, ବକୁଳ ଅମାବାସ୍ୟା, ମଙ୍ଗଳଚତୁର୍ଦ୍ଦଶୀ ସ୍ନାନ। ଜାତୀୟ ଯୁବ ଦିବସ। ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ (ତା୧୨-୦୧-୧୮୬୩)। ଚତୁର୍ଦ୍ଦଶୀ ତିଥିରେ ବିରି ଓ ତୈଳ ଏବଂ ଦିବା ୧୨:୨୨:୫୩ ଗତେ ଅମାବାସ୍ୟା ତିଥିରେ ଆମିଷ ଓ ତୈଳ ଭକ୍ଷଣ ନିଷେଧ।
|
![]() |
ମେଷ |
![]() |
ବୃଷ |
ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ପରିବର୍ତ୍ତିତ ପରିବେଶ ହେତୁ କିଛି ନୂତନ ନୀତି ପ୍ରସ୍ତୁତ କରିପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଯଦି ଆପଣ ବୀମା କିମ୍ବା ବିନିଯୋଗ ସହ ଜଡିତ ଏକ ଯୋଜନା କରୁଛନ୍ତି, ତେବେ ଏହା ତୁରନ୍ତ କାର୍ଯ୍ୟକାରୀ ନ କରି କିଛିଟା ବିଳମ୍ବ କରନ୍ତୁ। ଋଣ କାରବାର କରନ୍ତୁ ନାହିଁ। ଅଧିକାଂଶ ସମୟ ଘର ବାହାରେ ଅତିବାହିତ ନ କରିବା ଭଲ। ଆଜି ବ୍ୟବସାୟ କ୍ଷେତ୍ରରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି। ସହଭାଗିତାରେ କରାଯାଉଥିବା ବ୍ୟବସାୟ ଏକ ଯୋଜନାବଦ୍ଧ ଢଙ୍ଗରେ କରିବା ଆବଶ୍ୟକ। ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଆନ୍ତରିକ ରହିବ। ଅତିରିକ୍ତ ମାନସିକ ପରିଶ୍ରମ ହେତୁ ଆପଣ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ଭଳି ସମସ୍ୟାର ଶିକାର ହୋଇପାରନ୍ତି।
![]() |
ମିଥୁନ |
![]() |
କର୍କଟ |
![]() |
ସିଂହ |
![]() |
କନ୍ୟା |
![]() |
ତୁଳା |
![]() |
ବିଛା |
![]() |
ଧନୁ |
![]() |
ମକର |
![]() |
କୁମ୍ଭ |
![]() |
ମୀନ |
[ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।]