![]() ତିଥି ଓ ପର୍ବ–ଦିବସ: ଗୁରୁବାର ପୌଷ ଶୁକ୍ଳ ପ୍ରତିପଦ ଦିବା ୦୯:୦୧:୪୯ ଗତେ ଦ୍ବିତୀୟା ତିଥି। ମକରଚନ୍ଦ୍ର ଅହୋରାତ୍ର। ଶ୍ରବଣା ନିଶାନ୍ତ ୦୫:୦୪:୨୮ ଗତେ ଧନିଷ୍ଠା ନକ୍ଷତ୍ର। ମକର ସଂକ୍ରାନ୍ତି, ଉତ୍ତରାୟଣ ବନ୍ଦାପନା, ଶୁଦ୍ଧକାଳ ଆରମ୍ଭ। ଶରଣ। ଶ୍ରୀଲିଙ୍ଗରାଜଙ୍କ ଘୃତଙ୍କବଳ। ଗଙ୍ଗାସାଗର ସ୍ନାନ। ଦ୍ୱିତୀୟା ଚନ୍ଦ୍ର ଦର୍ଶନ, ପୂଜା ଓ ଅର୍ଘ୍ୟଦାନ। ପଞ୍ଚଗ୍ରହକୂଟ ଆରମ୍ଭ। ଫକୀରମୋହନ ସେନାପତିଙ୍କ ଜୟନ୍ତୀ (ତା୧୩-୦୧-୧୮୪୩- ମକର ସଂକ୍ରାନ୍ତି)। ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ତିରୋଧାନ ଦିବସ (ତା୧୪-୦୧-୧୯୬୧)। ପ୍ରତିପଦ ତିଥିରେ ପାଣିକଖାରୁ ଏବଂ ଦିବା ୦୯:୦୧:୪୯ ଗତେ ଦ୍ବିତୀୟା ତିଥିରେ ଭେଜିବାଇଗଣ ଭକ୍ଷଣ ନିଷେଧ।
|
![]() |
ମେଷ |
![]() |
ବୃଷ |
ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। କୌଣସି ପ୍ରକାର ଅର୍ଥନୈତିକ କାରବାରରୁ ଦୂରେଇ ରୁହନ୍ତୁ। ଭାଇମାନଙ୍କ ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ଗୁରୁଜନମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ବଜାୟ ରଖିବା ଆବଶ୍ୟକ। ଆଜି ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପାରିବାରିକ ପରିବେଶ ସୁଖଦ ରହିବ। ମନୋରଞ୍ଜନରେ ସମୟ ଅତିବାହିତ କରିପାରନ୍ତି। ମଧୁମେହ ରୋଗୀମାନେ ସେମାନଙ୍କ ସ୍ଵାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ।
![]() |
ମିଥୁନ |
![]() |
କର୍କଟ |
![]() |
ସିଂହ |
![]() |
କନ୍ୟା |
![]() |
ତୁଳା |
![]() |
ବିଛା |
![]() |
ଧନୁ |
![]() |
ମକର |
![]() |
କୁମ୍ଭ |
![]() |
ମୀନ |
[ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।]