ଜଙ୍ଗଲୀ ହାତୀଙ୍କ ଉପଦ୍ରଵ, ନଷ୍ଟ କଲେ ଅନେକ ଚାଷ, ଚାଷୀ ଙ୍କ ମୁଣ୍ଡରେ ହାତ

ତୁମୁଡିବନ୍ଧ (କୋଶଲ ନ୍ୟୁଜ):- କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର ତିନଟିଗ୍ରାମରେ ୨୩ ଗୋଟି ଜଙ୍ଗଲୀ ହାତୀପୋଲ ଙ୍କ ଉପଦ୍ରଵ ବଢି ଚାଲିଛି ସୂଚନା ଅନୁସାରେ କଳାହାଣ୍ଡି ଏବଂ ବୌଦ୍ଧ ସୀମାନ୍ତରୁ ଏହି ହାତୀପଲ ଆସି ଖମନପଡା,ମଣ୍ଡଳ ପଦର ଓ ଶ୍ରାମ୍ବୁଲି, ଜାରୁଟି ଗ୍ରାମର ଅନେକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

ହାତୀପଲଙ୍କ ଉପଦ୍ରଵରେ ମୁଣ୍ଡିଗଡ଼ ଏବଂ ଲଙ୍କାଗଡ଼ ପଞ୍ଚୟତବାସୀ ଭୟଭୀତ ହୋଇ ରହୁଥିବା ବେଳେ ଗ୍ରାମ ବାସୀଙ୍କ କହିବା ଅନୁସାରେ ଗତ ବିଳମ୍ବିତ ରାତିରେ ମୁଣ୍ଡିଗଡ଼ ପଞ୍ଚାୟତର ଖମନ ପଡ଼ା ଓ ସ୍ରାମ୍ବୁଲି ଗ୍ରାମରେ ହାତୀପଲ ପଶି ନବୀନ ପାତ୍ର ଏବଂ ଅନେକ ଚାଷୀ ଙ୍କ ଚାଷ ଖାଇବା ସହ ନଷ୍ଟ କରି ଚାଲି ଯାଇଛନ୍ତି । ଗତ କାଲି ରାତିରେ ଖବର ପାଇ ତୁମୁଡିବନ୍ଧ ବନାଞ୍ଚଳ ର ରେଞ୍ଜର କେ. ସି. ବେହେରା ଏବଂ ଫରେଷ୍ଟର ଓ କର୍ମଚାରୀ ଗଣ ହାତୀ ପୋଲକୁ ଘୋଉଡ଼ାଇବା ଜାରି ରଖିଥିବା ତୁମୁଡିବନ୍ଧ ରେଞ୍ଜର ସୂଚନା ଦେଇଛନ୍ତି ।

ରିପୋର୍ଟ: ପ୍ରବୀଣ କୁମାର ପଟ୍ଟନାୟକ

Comments (0)
Add Comment