ନଳକୂପ ଉଚ୍ଚ କରିବାକୁ ଗ୍ରାମବାସୀଙ୍କ ଦାବି

ସୁବର୍ଣ୍ଣପୁର(କୋଶଲ ନ୍ୟୁଜ୍):-ସୋନପୁର ବ୍ଲକ ଜନମୁରା ଗାଁ ଛକ ନିକଟରୁ ମଡେଲ ଡିଗ୍ରୀ କଲେଜ ଯିବା ରାସ୍ତାର ଡାହାଣ ପାର୍ଶ୍ଵରେ ଏକ ନଳକୂପ ଅଛି। ଏହି ନଳକୂପ ଏବେ ବି ଠିକ୍ ଭାବରେ କାମ କରୁଛି। ଲୋକମାନେ ଏହାକୁ ବ୍ୟବହାର ମଧ୍ୟ କରୁଛନ୍ତି। ହେଲେ ଏହା ନିକଟରେ ଥିବା ରାସ୍ତାକୁ ପୂର୍ତ୍ତ ବିଭାଗ ପକ୍ଷରୁ କିଛି ବର୍ଷ ତଳେ ନୂତନ ରାସ୍ତା ନିର୍ମାଣ ପରେ ନଳକୂପ ରାସ୍ତାରୁ ୩ ଫୁଟ ନିମ୍ନରେ ରହିଛି। ଫଳରେ ନଳକୂପ ଚାରିପଟେ ବର୍ଷା ଦିନରେ ବର୍ଷା ପାଣି ଜମି ରହିବା ସହ ଅନାବନା ଲଟାଵୁଦାରେ ପରିପୂର୍ଣ୍ଣ ହୋଇଯାଇଥାଏ। ନଳକୂପ ନିମ୍ନରେ ଥିବା ଯୋଗୁଁ ରାସ୍ତାରେ ଯାଉଥିବା ଜନସାଧାରଣ, ସ୍କୁଲ, କଲେଜ ଛାତ୍ର ଛାତ୍ରୀ ନଳକୂପ କୁ ଚିହ୍ନଟ ରେ ବାଧାସୃଷ୍ଟି ହେଉଛି। ଯାହାଫଳରେ ଲୋକମାନେ ହଇରାଣ ହେଉଛନ୍ତି। ତେଣୁ ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ଯୋଗୁଁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଏହାର ଉଚ୍ଚତା ବୃଦ୍ଧି କରିବା ସହ ଏକ ନୂତନ ଚାନ୍ଦିନୀ ନିର୍ମାଣ କଲେ ଜନସାଧାରଣ ଉପକୃତ ହେବେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଜନମୁରା ଗ୍ରାମବାସୀ ଦାବି କରିଛନ୍ତି l

ରିପୋର୍ଟ – କୃପା ସିନ୍ଧୁ ସୁନା,ସୁବର୍ଣ୍ଣପୁର

Comments (0)
Add Comment