ରକ୍ତ ଦାନ ଓ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରି ଡଃ. ଅଭିଷେକ ଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ସୁବର୍ଣ୍ଣପୁର-:(କୋଶଲ ନ୍ୟୁଜ୍)ସୁବର୍ଣ୍ଣପୁର ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ ମଣ୍ଡପ ଠାରେ ଡ଼ଃ.ଅଭିଷେକ ମିଶ୍ର ସ୍ମୃତି କମିଟି ପକ୍ଷରୁ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ଓ ସିଟି ସେଣ୍ଟର୍ ସୋନପୁର ତରଫରୁ କମ୍ପ୍ୟୁଟର ମାଧ୍ୟମ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ  ଜଣେ ମହିଳାଙ୍କ ସମେତ 20 ଜଣ ରକ୍ତ ଦାତା ରକ୍ତ ଦାନ କରି ଥିଲେ । ସେହିପରି 70 ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଥିଲା। 20 ଜଣ ଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସକାଶେ ଚିହ୍ନଟ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ହାଇକୋର୍ଟ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଶୁଭ  ଉଦଘାଟନ କରିଥିବା ବେଳେ ସମାଜସେବୀ ବୈକୁଣ୍ଟ ଶତପଥୀ, ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶେଷ ଦେବ ମେହେର, ଆଇନଜୀବୀ ଗୌରୀ ଶ୍ୟାମ ପଣ୍ଡା, କେଦାର ମିଶ୍ର, ସମାଜ ସେବୀ ଲଡୁ କିଶୋର ମଲ୍ଲିକ,  ଶ୍ରୀବତ୍ସ ମଲ୍ଲିକ ଏଠାରେ ଅତିଥି ଭାବେ ଯୋଗ ଦେଇଥିଲେ l  ମା ସୁରେଶ୍ଵରୀ ଙ୍କ ଫଟୋ ଚିତ୍ର ରେ  ପୂଜାର୍ଚ୍ଚନା  ପରେ ରକ୍ତ ଦାନ ଶିବିର କୁ ଜଷ୍ଟିସ ଦାଶ ଉଦଘାଟନ କରି ସ୍ୱର୍ଗୀୟ ଆତ୍ମା ଙ୍କ ଶ୍ରଦ୍ଧାଞ୍ଜଳି ସକାଶେ କରାଯାଉଥିବା ମହତ୍ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରକାଶ ଥାଉ କି ଯେ କିଛି ଦିନ ପୂର୍ବରୁ ଶିଶୁ ଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲା ର ଏଇ ସୁଯୋଗ୍ୟ ସନ୍ତାନ ତଥା ଯୁବ ପ୍ରତିଭା ଡ଼ଃ. ଅଭିଷେକ ମିଶ୍ର ଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ପବିତ୍ର ଗୀତା ଜୟନ୍ତୀ ତିଥି ରେ ସୋନପୁର ଶିଶୁ  ଶିଶୁ ମାନଙ୍କୁ ଅନ୍ନ ଭୋଜନ ରେ ଆପ୍ୟାୟିତ କରଯାଇଥିଲା  ଓ ସ୍ଥାନୀୟ ଘୋଡାଘାଟପଡ଼ା ଦଧି ବାମନ ମନ୍ଦିର  ରେ ମଧ୍ୟ ବ୍ରାହ୍ମଣ ଭୋଜନ ର ବ୍ୟବସ୍ଥା କରାଯାଇ ସ୍ୱର୍ଗତ ଆତ୍ମା ର ସଦଗତି କାମନା କରଯାଇଥିଲା l ପ୍ରକାଶ ଥାଉ କି ଯେ ଡ଼ଃ. ଅଭିଷେକ ମିଶ୍ର ଙ୍କ ମାଣ୍ଡିଆ ସନ୍ଦର୍ଭ ଆନ୍ତର୍ଜାତିକ ସ୍ତର ରେ ସ୍ଵୀକୃତି ପାଇବା ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ କୁ ଦ୍ବି ଗୁଣିତ କରିଥିବା ଜଣା ଯାଇଛି l “ଅଭିଷେକ ଙ୍କ ମାଣ୍ଡିଆ ସନ୍ଦର୍ଭ” ଯାହାକି ୬୭ ଗୋଟି ଦେଶ ସ୍ଵୀକୃତି ପ୍ରଦାନ କରିଥିବା ବିଷୟ ଅଭିଷେକ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି l       

ସୁବର୍ଣ୍ଣପୁରରୁ କୃପା ସିନ୍ଧୁ ସୁନାଙ୍କ ରିପୋର୍ଟ

Comments (0)
Add Comment