ଚାରମାଲ ଖୁବେଲ ପାଖ ଜଙ୍ଗଲରୁ ମୃତ ଦେହ ଉଦ୍ଧାର

ସମ୍ବଲପୁର (କୋଶଲ ନ୍ୟୁଜ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଚାରମାଲ ପଞ୍ଚାୟତ ଖୁବେଲ ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଲିଛି । ଖୁବେଲ ଗ୍ରାମର ଘନଶ୍ୟାମ ମାଝି ବୟସ ୫୩ ହେବ । ଗତକାଲି ସକାଳ ୧୦ ଟା ସମୟରେ ଘର ଲୋକଙ୍କୁ ଜଙ୍ଗଲକୁ କାଠ ଆଣିବେ ବୋଲି କହି ଜଙ୍ଗଲକୁ ଜାଇଥିଲେ ।ଜଙ୍ଗଲରୁ ଘନଶ୍ୟାମ ମାଝି ଘରକୁ ନ ଫେରିବାରୁ ଘରଲୋକେ ବ୍ୟସ୍ତ ହୋଇ ଗାଁ ର କିଛି ଲୋକଙ୍କ ସହ ମିଶି ଜଙ୍ଗଲକୁ ଖୋଜିବା ପାଇଁ ଯାଇଥିଲେ । ଘନଶ୍ୟାମ ଙ୍କୁ ନ ପାଇ ରାତିରେ ବି ଖୋଜାଖୋଜି କରିଥିଲେ । ଆଜି ସକାଳେ ଘନଶ୍ୟାମ ଙ୍କ ମୃତଦେହ ଗ୍ରାମର କିଛି ଯୁବକ ଗଛରେ ଝୁଲୁ ଥିବାର ଦେଖି ଗାଁ ଲୋକଙ୍କୁ ଡାକିଥିଲେ ଓ ପୋଲିସ୍ କୁ ମଧ୍ୟ ସୁଚନା ଦେଇଥିଲେ । ଘଟଣା ସ୍ଥଲରେ ପୋଲିସ୍ ପହଞ୍ଚି ତଦନ୍ତ କରୁଛନ୍ତି ।

Comments (0)
Add Comment