ସମୃଦ୍ଧ ପରିବାର ଗଠନ ଦିଗରେ କିଶୋରୀ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ

ସମ୍ବଲପୁର (କୋଶଲ ନ୍ୟୁଜ) ଆଗାମୀ ଭବିଷ୍ୟତରେ ଏକ ସମୃଦ୍ଧଶୀଳ ଗଠନ ପାଇଁ କିଶୋରୀ ସ୍ୱସ୍ଥ୍ୟ ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥିବାରୁ ପ୍ରାରମ୍ଭରୁ ହିଁ କୈଶୋର ସ୍ୱସ୍ଥ୍ୟ ପାଇଁ ଯତ୍ନବାନ ଜରୁରୀ ବୋଲି ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଆଜି ମଧ୍ୟାହ୍ନରେ ସହରର ରେମେଡ ଠାରେ କିଶୋରୀ ବାଳିକା ମାନଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଟିତ ହୋଇଥିଲା । ୟୁନିଟର ଏଏନଏମ ଚୋଲେଶ୍ୱରୀ ନାଏକ ପ୍ରାରମ୍ଭରେ କିଶୋରୀ ସ୍ୱାସ୍ଥ୍ୟ ସଂପର୍କରେ ବୁଝାଇଥିବା ବେଳେ ୟୁନିଟର ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ଖାଦ୍ୟ ପେୟ,ସ୍ୱଚ୍ଛତା, ଦୈନନ୍ଦିନ ଜୀବନଚର୍ଯ୍ୟା ସଂପର୍କରେ ବୁଝାଇ ଫାଷ୍ଟଫୁଡ ଠାରୁ ଦୂରେଇ ରହି ପୁଷ୍ଟିସାଧନ ଖାଦ୍ୟ ଗ୍ରହଣ କରିବା ସହିତ ଆଶା,ଅଙ୍ଗନୱାଡି ଓ ଏଏନଏମ ମାନଙ୍କ ସହିତ ନିଜର ଘନିଷ୍ଠତା ବଢାଇ ସଂପର୍କ ରଖି ପାରିଲେ ତାହାହିଁ ଭବିଷ୍ୟତ ପାଇଁ କିଶୋରୀ ସ୍ୱାସ୍ଥ୍ୟ ସହାୟକ ହୋଇପାରିବ ବୋଲି ଡା.ଷଡଙ୍ଗୀ କହିଛନ୍ତି ।

Comments (0)
Add Comment