ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଲିଟିସର୍ଗି ଗ୍ରାମପଞ୍ଚାୟତ ଝିର୍ଣ୍ଣିଖୋଲ ଗାଁ ନିଆଲ ପଡ଼ାରେ ଦେଖିବାକୁ ମିଳିଛି ପାନିୟ ଜଲ ର ଉତ୍ତକଣ୍ଟ ସମସ୍ୟା, ଗାଁ ରେ ତିନୋଟି ନଲକୁପ ଥିବାବେଳେ ଦୁଇଟି ନଲକୁପ ଅଚଳ ହୋଇପଡିରହିଥିବା ବେଳେ ଗୋଟିଏ ନଲକୁପ ରୁ ସମସ୍ତେ ପାଣି ବ୍ୟବହାର କରୁଛନ୍ତି । ହେଲେ ସେହି ନଲକୁପ ରୁ ମଧ୍ୟ ଶୋଷମିଣ୍ଟିଲା ପରି ପାଣି ବାହାରୁ ନଥିବା ବେଳେ ନଲକୁପ ରେ ଘଣ୍ଟେ ଅପେକ୍ଷା କଲା ପରେ ଜାଇକି ଗୋଟିଏ ମାଠିଆ ପାଣି ମିଳୁଛି, ଏଠିକାର ଲୋକ ଗାଧୋଇବା ପାଇଁ 2 କିଲୋମିଟର ଦୁର ଅନ୍ୟ ଗାଁକୁ ଯାଉଛନ୍ତି । ଏସବୁ ସମସ୍ୟାକୁ ନେଇ ସରପଞ୍ଚ ଠୁ ଆରମ୍ଭ କରି ,ପି ଇ ଓ,ଜେଇ ସମସ୍ତ ଙ୍କୁ ଜଣାଇବା ପରେ ବି ଆମ ସମସ୍ୟା ଦୂର ହେଉନାହିଁ ,ପ୍ରଶାସନ କେବେ ସୁଣିବ ଆମର ଦୁଃଖ କେବେ ମିଲିବ ଆମକୁ ପାଣି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଓ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । କି ଏହି ଗୋଟେ ଦୁଇ ଦିନ ଭିତରେ ନଳକୂପ ମରାମତି ନ କଲେ ଲୋକେ ବାଧ୍ୟ ହୋଇ ସରକାରଙ୍କ ସମସ୍ତ କୋଭିଡ ନିୟମ ମାନି ସାନିଟାଇଜର, ମାସ୍କ, ସାମାଜିକ ଦୁରତା ରକ୍ଷା କରି ବ୍ଲକ ସମୂଖ ରେ ଧାରଣା ଦେବୁ ବୋଲି ପ୍ରତି କ୍ରିୟା ଦେଇଛନ୍ତି ।