ସୁନାବେଡା ଅଭୟାରଣ୍ୟ ରେ କୋଭିଡ ପୋଜିଟିଭ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, କୋଭିଡ ଟିକାକରଣ ନେଇ ଗୁରୁତ୍ୱାରୋପ

ନୂଆପଡ଼ା (କୋଶଲ ନ୍ୟୁଜ୍) ତା: ୨୦/୦୬, ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟର ଦୁଇ ଗୋଟି ଗ୍ରାମପଂଚାୟତରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ। ଅଭୟାରଣ୍ୟ ବାସୀଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ପଞ୍ଚାୟତ ରାଜ ପ୍ରତିନିଧି, ସ୍ଥାନୀୟ ଆଦିବାସୀ ନେତା, ଜନସାଧାରଣ, ସ୍ଥାନୀୟ ପଂଚାୟତ ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲ୍ଳାପାଳ ସ୍ବାଧା ଦେବ ସିଂ ଙ୍କ ନିର୍ଦ୍ଧେଶ କ୍ରମେ ଚକୋଟିଅ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇ ଅଭୟାରଣ୍ୟ ମଧ୍ୟରେ ଟିକାଦାନ କାର୍ଯ୍ୟକ୍ରମକୁ ଜୋର ସୋର ରେ ସଫଳତା ସହ ସମ୍ପାଦନ କରିବାକୁ ଆହ୍ବାନ କରିଛନ୍ତି।

Comments (0)
Add Comment