ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ର ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ଠାକୁର ଙ୍କ ନେତୃତ୍ୱରେ ଆଜି ବୋଡେ଼ନ ବ୍ଲକ ଘେରାଉ କରିଛନ୍ତି ଓ ମହାମହିମ ରାଜ୍ୟ ପାଳଙ୍କ ଉଦେଶ୍ୟରେ ବୋଡେ଼ନ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତର ଅନ୍ତର ହେଉଥିବା ଜାଣି ବୋଡେ଼ନ ବ୍ଲକ ବିଡ଼ିଓ ଶ୍ରୀ ପୁର୍ଣଚନ୍ଦ୍ର ଭୋଇ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଏଥିରେ ବୋଡେ଼ନ ବ୍ଲକ ଭାରତୀୟ ଜନତା ପାର୍ଟି ର ବ୍ଲକ ସଭାପତି ଶ୍ରୀ ଗୌରୀ ଶଙ୍କର ନାଗ,ଜିଲ୍ଲା ସମ୍ପାଦକ ଶ୍ରୀ ନେତ୍ରାନନ୍ଦ ମନହୀରା , ଜିଲ୍ଲା ସମ୍ପାଦକ ଶ୍ରୀ ମହିନ୍ଦ୍ର ଅଗ୍ରୱାଲ, ଜିଲ୍ଲା କୋଡ଼ିନେଟର ତଥା ବିଜେପି ଯୁବନେତା ଶ୍ରୀ ବେଣୁଧର ଜଗତ ,ବିଜେପିର ବରିଷ୍ଠ କର୍ମୀ ଶ୍ରୀ ଅନୁର ମାଝୀ, ତଥା ବୋଡେ଼ନ ବ୍ଲକ ର ଶତାଧିକ ବଜେପି କର୍ମୀମାନେ ଯୋଗ ଦେଇ ବ୍ଲକ ଘେରାଉ କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିଲେ,,,,