ନୂଆପଡା(କୋଶଳ ନିଉଜ)ମହାମାରୀ କରୋନା ସମସ୍ୟା ଉପରେ ସମୀକ୍ଷା କରିବାପାଇଁ କେନ୍ଦ୍ରିୟ ମାନବ ଅଧିକାର ସୁରକ୍ଷା ସଂଗଠନ ର ଅଧ୍ଯକ୍ଷ ଏବଂ ଟିମ, ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ପରିଦର୍ଶନ କରିଥିବା ବେଲେ ଭବାନୀପାଟଣା ସର୍କିଟ ହାଉସରେ ଏକ ବୈଠକ ଆୟୋଜନ କରିଥିଲେ l ସେଥିରେ ନୂତନ କାର୍ଯ୍ୟକର୍ତ୍ତl ମାନଙ୍କୁ ଆଇ କାର୍ଡ ସାଙ୍ଗକୁ ପ୍ରଯୁକ୍ତି ପ୍ରଦାନ ପତ୍ର ବଣ୍ଟନ କରିଥିଲେ l ଉକ୍ତ ବୈଠକ ରେ ସଂଗଠନ ର ସଭାପତି ଶ୍ରୀ ତେଜକରଣ ଚୌହାନଙ୍କ ଅଧ୍ଯକ୍ଷତାରେ ବୈଠକ ଆୟୋଜିତ ହୋଇଥିଲା ଏହି ବୈଠକ ରେ ମଞ୍ଚାସିନ କାର୍ଯ୍ୟକର୍ତ୍ତା ହିସାବରେ କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଂଗଠନ ର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଗଗନେସ୍ୱର ଠାକୁର, ରାଜ୍ୟ ଉପସଭାପତି ଶ୍ରୀ ଚନ୍ଦନସିଂ ମାଲବୀୟ,ମଧ୍ୟପ୍ରଦେଶ l ରାଷ୍ଟ୍ରୀୟ ସଂଗଠନ ଆଇନ ଉପଦେଷ୍ଟା ସୁପ୍ରିମକୋର୍ଟ ଏଡ଼ଭୋକେଟ ଶ୍ରୀ ସଞ୍ଜୟ କୁସଟବାର ସମସ୍ତେ ଉପସ୍ଥିତ ରହିଥିବା ବେଲେ ବୈଠକରେ ନୂଆପଡା ଜିଲ୍ଲାର ଶ୍ରୀ ଅମରେଶ କୁମାର ମହାପାତ୍ର ରାଜ୍ୟସ୍ତରୀୟ କମିଟିରେ ନିଯୁକ୍ତ ହୋଇଥିବା ବେଳେ ନୂଆପଡା ଜିଲ୍ଲାର ଶ୍ରୀ ଶାମ୍ବ କୁମାର ସରାଫଙ୍କୁ ଖଡ଼ିଆଳ ବ୍ଲକ ସଭାପତି ହିସାବରେ ନିଯୁକ୍ତ କରିଥିଲେ ଏବଂ ଦେବେନ୍ଦ୍ର ମେହେର ଙ୍କୁ ସିନାପାଲି ବ୍ଲକ ସଭାପତି,ବୋଡେ଼ନ ବ୍ଲକ ର ଶ୍ରୀ ଲିଙ୍ଗରାଜ ବେହେରା ଙ୍କୁ ବ୍ଲକ ସଭାପତି ପଦରେ ନିଯୁକ୍ତି ଦିଆଯାଇଛି, କଳାହାଣ୍ଡି ଜିଲ୍ଲାର ଶ୍ରୀ ନୃ୍ପେଶ୍ୱର ପଣ୍ଡାଙ୍କୁ ମଦନପୁର ରାମପୁର ବ୍ଲକ ସଭାପତି ହିସାବ ରେ ନିଯୁକ୍ତି ଦେଇଥିବା ବେଲେ ଶ୍ରୀ ପଦ୍ମନାଭ ମହାକୁଡ଼ କୁ ନର୍ଲା, ଶ୍ରୀ ଭାରତ ଭୂଷଣ ବାଗ ଙ୍କୁ କେସିଙ୍ଗା ବ୍ଲକ ସଭାପତି, ଶ୍ରୀ ବୈଷ୍ଣବ ଚରଣ ମାଝୀଙ୍କୁ ଲାଞ୍ଜିଗଡ ବ୍ଲକ ସଭାପତି ହିସାବରେ ନିଯୁକ୍ତି ପ୍ରଦାନ କରିଥିଲେ l ଏବଂ ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ ସଭାପତି ହିସାବରେ ଶ୍ରୀ ଅଜୟ ନାଗ କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା ଏବଂ ପଂଚାୟତ ସ୍ତରରେ ମଧ୍ୟ ପଦ ପଦବୀ ବଣ୍ଟନ କରାଯାଇଛି l