ଜୁନାଗଡ଼ (ଧୀରେନ୍ଦ୍ର ସୁନାନି)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମରେ ଯୋଗ ଦିବସ ଉପଲକ୍ଷେ ଜନଶିକ୍ଷଣ ସଂସ୍ଥାନ, କଳାହାଣ୍ଡି ତରଫରୁ ଏକ ବିଶେଷ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା। ଏହି ଅବସରରେ ଏକ ନୂତନ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ମଧ୍ୟ ଉଦ୍ଘାଟନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ୩୦ରୁ ୩୫ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଜଣ ଜନଶିକ୍ଷଣ ସଂସ୍ଥାନର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଉଦ୍ଘାଟନ ପରେ ସଂସ୍ଥାନର ନିର୍ଦେଶକ ମହୋଦୟ ଦ୍ୱାରା ଟ୍ରେନିଂ ପରେ ମିଳୁଥିବା ଅବସର, ଉଦ୍ୟୋଗ ଏବଂ ସ୍ୱୟଂନିର୍ଭରତା ବିଷୟରେ ବିସ୍ତୃତ ଭାବେ ବ୍ୟାଖ୍ୟା କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ପଦ୍ମଶ୍ରୀ ସମ୍ମାନିତ ଆୟୁର୍ବେଦ ବିଶେଷଜ୍ଞ ଶ୍ରୀ ପଟ୍ଟାୟତ ସାହୁ। ସେ ତାଙ୍କ ଜୀବନ ଦ୍ୱାରା ଔଷଧି ଗଛ ଚାଷ, ଆୟୁର୍ବେଦ ଗ୍ୟାନ ଓ ପ୍ରଚାର କାର୍ଯ୍ୟରେ ନିଜକୁ ନିଯୁକ୍ତ କରିଥିବା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ମାଗଣା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଉଦ୍ଘାଟନ କରି ଯୋଗର ଆବଶ୍ୟକତା, ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ତାହାର ଉପଯୋଗିତା ବିଷୟରେ ଉତ୍ସାହିତ କରିଥିବାବେଳେ ,ବହୁତ୍ ଖୁସିର ବିଷୟ ଏହା ଆମ ଅଞ୍ଚଳରେ ମାଗଣା କମ୍ପ୍ୟୁଟର ଶିକ୍ଷା ଯୋଗାଇ ଦେଇଥିବାରୁ ବୋଲି ମତ ପ୍ରକାଶ କରିଥିଲେ ।ଦିନ ଥିଲା ଆମ ଅଞ୍ଚଳର ପିଲା ମାନେ ଜୁନାଗଡ଼ କିମ୍ବା ଭବାନୀପାଟଣା କୁ ଯାଇ ଏହି କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରୁଥିଲେ ଏବଂ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିଲେ ,ବର୍ତ୍ତମାନ ଆମରି ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ମୋର୍ ଅନୁରୋଧ ଏହି ଶିକ୍ଷା କେନ୍ଦ୍ର କୁ ଆସି ସମସ୍ତେ ଶିକ୍ଷାଲାଭ କରିବେ ବୋଲି ମୋର୍ ଆସା ଓ ବିଶ୍ୱାସ ବୋଲି ମତ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲେ ପ୍ରମାଣିତ ଯୋଗ ଶିକ୍ଷକ ଶ୍ରୀ ଜଶୋବନ୍ତ ରାଣା, ଯିଏ ନିଜର ଯୋଗ ପ୍ରଦର୍ଶନ ଦ୍ୱାରା ଅନେକ ଆସନ ଦେଖାଇଲେ ଓ ସେଗୁଡିକର ଉପକାରିତା ବୁଝାଇଲେ। ସେ କହିଲେ ଯେ ଦୈନିକ ଜୀବନରେ ଯୋଗକୁ ଅନୁଷ୍ଠାନ କଲେ ଆମେ ଶାରୀରିକ ଓ ମାନସିକ ରୋଗ ରୁ ମୁକ୍ତି ପାଇପାରିବା। ଉକ୍ତ କାର୍ଯ୍ୟକ୍ରମରେ କ୍ଷୀରମଣୀ କୁମାର, ଲିପାମଣି ନାଗ, ଅମ୍ବେ ପ୍ରସାଦ ପ୍ରଧନୀ, କମ୍ପ୍ୟୁଟର ଶିକ୍ଷକ ଧୀରେନ୍ଦ୍ର ସୁନାନି ଓ ମଧୁସୁଦନ ବାଗ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଜ୍ଞାପନ ଓ ମାନ୍ୟତା ସହିତ ସମାପ୍ତ ହେଲା। ଏଭଳି ମାଗଣା କମ୍ପ୍ୟୁଟର ଶିକ୍ଷା ଯୋଗାଇ ଦେଇଥିବାରୁ ଅଞ୍ଚଳବାସୀ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିକୁ ସାଧୁବାଦ୍ ଜଣାଇଥିଲେ ।