କୋକସରା,୧୨।୧୨ : କୋକସରା ବ୍ଳକରେ ଗୁରୁବାର ନୂତନ ବିଡିଓ ଭାବେ ହିମାଞ୍ଚଳ ମାଝୀ ଯୋଗ ଦେଇଛନ୍ତି। ଏବଂ ଭାରପ୍ରାପ୍ତ ବିଡ଼ିଓ ବିଶ୍ବନାଥ ରାଉତଙ୍କଠାରୁ ସେ’ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଡିଓ ଶ୍ରୀମାଝୀ ଏହା ପୂର୍ବରୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ କାର୍ଯ୍ୟରତ ରହିଥିଲେ। ସେ’ କାର୍ଯ୍ୟରେ ଯୋଗଦେବା ପରେ ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ବରିଷ୍ଠ କିରାଣୀ ବିନୋଦ ନାଏକ, ହିସାବ ରକ୍ଷକ ଅଶୋକ ସେଠି, ଜିପିଡିଓ ରାଜେନ୍ଦ୍ର ପାତ୍ର, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା, ଅମ୍ବିକା ମାଝୀ, ସୁକାନ୍ତ ବେହେରା, ପିପି ସିଂ, ସୌରବ ବେହେରା, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ସମେତ କର୍ମଚାରୀମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିପରି ବ୍ଲକ ସାମ୍ବାଦିକ ସଂଘ (କେବିଏସଏସ) ପକ୍ଷରୁ ମଧ୍ୟ ନୂତନ ବିଡ଼ିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମୟରେ ସଂଘର ସଭାପତି ଚକ୍ରଧର ବେଶ୍ରା, ସାଂଗଠନିକ ସମ୍ପାଦକ ପରେଶ ପଟ୍ଟନାୟକ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।