କୁସୁମଖୁଣ୍ଟି ସ୍କୁଲରେ ୬୫ ତମ ପ୍ରତିଷ୍ଠା ଦିବସ ପାଳିତ

ଭବାନୀପାଟଣା(କୋଶଲ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନ ମୋଟେର କ୍ଳଷ୍ଟର କୁସୁମଖୁଣ୍ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୋମବାର ୬୫ ତମ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି।ବିଆରସି ଦୟାନିଧି ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ରଜନୀ କାନ୍ତ ପଣ୍ଡା,ମୋଟେର ସିଆରସିସି ଦିଲ୍ଲୀପ କୁମାର ସାହୁ,ପ୍ରଧାନ ଶିକ୍ଷକ ଦୈତାରୀ ନାଏକ,ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ କୁମାର ବେହେରା, ସମାଜିକ କର୍ମୀ ଘେନୁ ବେହେରା ପ୍ରମୁଖ ଯୋଗ ଦେଇ ଭଲ ମଣିଷ ହେବା ସହ ନିଜ ବିଦ୍ୟାଳୟ ଓ ଅଞ୍ଚଳର ନା କୁ ଗୌରବାନିତ୍ତ୍ୱ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ।ଏହି ବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା।ବିଦ୍ୟାଳୟର ପୁରାତନ ଛାତ୍ର ଇଂ ଭୂବନେଶ୍ୱର ଶବର ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।ପୁରାତନ ଛାତ୍ର ଇଂ ଭୂବନେଶ୍ୱର ଶବର,ଲିଙ୍ଗରାଜ ବେହେରା,ଡ଼ିଗଲେଶ୍ୱର ଶବର, ତ୍ରିଶକ୍ତିମୟୀ ବେହେରା ଙ୍କୁ ସମ୍ମାନିତ କରାଯାଇଥିଲା।ପରେ କୁନି କୁନି ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଏହି ସମାରୋହରେ ସୁଶୀଲ କୁମାର ଶବର,ଲିଙ୍ଗରାଜ ବେହେରା,ଟିକେଶ୍ୱର ରାଉତ,ମହେଶ୍ୱର କାଣ୍ଡ, ସୁଶାନ୍ତ ବେହେରା, କପୁରଚନ୍ଦ ଘି,କୁଶଧର ବେହେରା,ରଘୁନାଥ ରାଉତି, ସତ୍ୟା ସୁନାନୀ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।ବରିଷ୍ଠ ଶିକ୍ଷକ ଜନାର୍ଦ୍ଦନ ବେହେରା ଓ ଅଭିଳାଷ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ବିଜୟାଲଷ୍ମୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷକ ଜ୍ୟୋତିର୍ମୟ ବେହେରା, ଆଦିତ୍ୟ ବଗର୍ତ୍ତୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:-ତୁଳାରାମ ବେହେରା

Comments (0)
Add Comment