ଜିପି ୟୁଥ୍ କମିଟି ଘୁମରଗୁଡା ସ୍କୁଲ୍ ପଡ଼ାରେ  ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସମାରୋହ

ଜୁନାଗଡ଼,(କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଚାରବାହାଲ ପଞ୍ଚାୟତ ଅନ୍ତର୍ଗତ ଜିପୀ ୟୁଥ୍ କମିଟି ଘୁମରଗୁଡା ସ୍କୁଲ୍ ପଡ଼ାଠାରେ ଆଜି ବହୁ ଆଡ଼ମ୍ବର ସହିତ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଛି। ଜିପୀ ୟୁଥ୍ କମିଟିଙ୍କ ନେତୃତ୍ୱରେ ଶହ ଶହ ମହିଳା, ପୁରୁଷ, ଯୁବକ, ଛାତ୍ରଛାତ୍ରୀ ଏକ ହୋଇ ଆମ୍ବେଦକରଙ୍କ ଫଟୋ ଠାରେ ମାଲ୍ୟାର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମାଜ ସେବୀ ରୁଚେନ ବାଗ, ମୁଖ୍ୟ ବକ୍ତା ଧନଜୟ ନାଏକ, ସଭାପତି ଧର୍ମେନ୍ଦ୍ର ଦୁର୍ଗା, ମଞ୍ଚ ପରିଚାଳନା ଜଗନ୍ନାଥ ଦୁର୍ଗା ଓ ଜୀପି ୟୁଥ୍ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏହି ଭଳି ମହାନ କାର୍ଯ୍ୟ କରିଥିବାରୁ ଅଞ୍ଚଳ ବାସି ଜୀପୀ ୟୁଥ୍ କମିଟିକୁ ଧନ୍ୟବାଦ ଦେଇଛନ୍ତି।

Comments (0)
Add Comment