ଡ଼ିଆଇଜି ଙ୍କ ଦ୍ୱାରା ଏସଡିପିଓ ଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପରିସର ମଧ୍ୟରେ ଏସ.ଡି.ପି.ଓଙ୍କ ନୂତନ କାର୍ଯ୍ୟାଳୟ ସାଉଥ ୱେଷ୍ଟର୍ନ ରେଞ୍ଜର ଡ଼ିଆଇଜି ସେଫିନ ଅହମ୍ମଦ କେଙ୍କର କରକମଳରେ ଉଦଘାଟିତ ହୋଇଯାଇଛି | ଏହି ନୂତନ କାର୍ଯ୍ୟାଳୟ ର ପ୍ରତ୍ୟେକ ପ୍ରକୋଷ୍ଠରେ ବେଲୁନ ଲଗାଇ ସାଜସଜ୍ଜା କରାଯାଇଥିଲା ଓ ପୂଜା ଅର୍ଚନା କରାଯାଇଥିଲା | ଏହି ଉଦଘାଟନୀ ଉତ୍ସବରେ କଳାହାଣ୍ଡି ଜିଲ୍ଲା ଏସ.ପି ବି. ଗଙ୍ଗାଧର ,କେସିଙ୍ଗା ଏସଡ଼ିପିଓ ଏସ. ସୁଶ୍ରୀଙ୍କ ସମେତ ନର୍ଲା ,ଲାଞ୍ଜିଗଡ ଆଇଆଇସି ଅଶୋକ କୁମାର ମହାପାତ୍ର ,ବିଶ୍ୱନାଥପୁର,ପଲମ,ଉତ୍କେଲା, ଏମ ରାମପୁର ପ୍ରମୁଖ ସମସ୍ତ ଥାନା ଓ ଫାଣ୍ଡି ଅଧିକାରୀ ଏହି ଉତ୍ସବ ରେ ଯୋଗ ଦେଇଥିଲେ |
ଏହି ନୂତନ କାର୍ଯ୍ୟାଳୟକୁ ଓଡିଶା ଷ୍ଟେଟ ପୋଲିସ ହାଉସିଂ ଏବଂ ଭବାନୀପାଟଣା ୱେଲ ଫେୟାର କର୍ପୋରେସନ ଲିମିଟେଡ଼ ଦ୍ୱାରା ନିର୍ମାଣ କରାଯାଇଥିଲା | କେସିଙ୍ଗା ଆଇଆଇସି ଅଶୋକ କୁମାର ମହାପାତ୍ର ,ମହିଳା ଆଇଆଇସି ଦିପାଞ୍ଜଳି ପ୍ରଧାନ ପ୍ରମୁଖ ଏହି ଉଦଘାଟନୀ ଉତ୍ସବ ରେ ପରିଚାଳନା କରିଥିଲେ |ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍।
Comments (0)
Add Comment