କଳାହାଣ୍ଡି ଦକ୍ଷିଣ ବନଖଣ୍ଡ କାର୍ଯ୍ୟଳୟରେ ସୂଚନା ଆଇନିକୁ ଖୁଲୁମଖୁଲା ଉଲଘଂନ କରିବା ନେଇ ସାମ୍ବାଦିକ ସମ୍ମିଳନୀ ।

ଆଜି କଳାହାଣ୍ଡି ଜିଲ୍ଲାରେ ସୂଚନା ଅଧିକାର ଆଇନ ବାବଦରେ  ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ବିନ୍ଦୁ ମହାନନ୍ଦଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ବେଳେ ଅନ୍ୟତମ ଅତିଥି ଭାବେ ଶ୍ରୀ  ଘାସିରାମ ଜଗତ, ଶ୍ରୀ ଅଞ୍ଜନ କୁମାର ରଥ ଓ ଶ୍ରୀ  ସଂଜୀବ ଶତପଥୀ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି କାହିଁକି କେଜାଣି ସୂଚନା ତଥ୍ୟ ଠିକ୍ ସମୟରେ ପ୍ରଦାନ କରୁନାହାଁନ୍ତି ସେ ଦିଗରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । 

କିଛି ରାଜନୈତିକ ଉଦ୍ଦେଶ୍ୟ ରଖି ଅଫିସରରାଜ ଚଲାଇଥିବା ଯୋଗୁଁ ତଥ୍ୟ ପ୍ରଦାନରେ ଅବହେଳା କରୁଛନ୍ତି । ଗଣତାନ୍ତ୍ରିକ ପ୍ରଦେଶର ଉର୍ଦ୍ଧରେ ଥିବା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅବମାନନା କରାଯାଉଛି । 
ଏଭଳି ଅନୈତିକ  କାର୍ଯ୍ୟକଳାପ  ଉପରେ ସୂଚନା ଅଧିକାର ଅଭିଯାନ, କଳାହାଣ୍ଡି ଶାଖା ତରଫରୁ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ କହିଛନ୍ତି। ବ୍ୟୁରୋ ରିପୋର୍ଟ,କୋଶଲ ନ୍ୟୁଜ୍
Comments (0)
Add Comment