ସାତ ଦିନ ନହେଉଣୁ ଦବିଲା ରାସ୍ତା ନିମ୍ନମାନର କାମ ଅଭିଯୋଗ ଆଣିଲେ ଗ୍ରାମବାସୀ

ଦେବଗଡ଼ (କୋଶଲ ନ୍ୟୁଜ୍):-  ସାତ ଦିନ ନ ହେଉଣୁ ଦବିଲା ରାସ୍ତା ନିମ୍ନମାନର କାମ ଅଭିଯୋଗ ଆଣିଲେ ଗ୍ରାମବାସୀ । ଯେଉଁ ସରକାର ଯେତେବେଳେ ଶାସନକୁ ଆସେ ସେହି ସମୟରେ ଦୂର୍ନିତୀକୁ ପ୍ରଶୟ ଦିଆଯିବ ନାହିଁ ବୋଲି ତାର ମୁଖ୍ୟ ପ୍ରସଙ୍ଗ ରହିଥାଏ । ଦିର୍ଘ ୨୪ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର କ୍ଷମତାରେ ଥିଲା । ସେହି କାରଣରୁ ସରକାରୀ ସ୍ତରରେ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ବିଜେଡ଼ି ସପକ୍ଷରେ କାର୍ଯ୍ୟ କରୁଥିବାର ନଜର ଆସୁଥିଲା। ସେହି ଦୂର୍ନିତୀକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ବର୍ତ୍ତମାନ ଓଡ଼ିଶାରେ ସରକାର ଗଢିଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ସରକାରୀ କର୍ମଚାରୀ ମାନିବାକୁ ରାଜି ନୁହଁନ୍ତି , କି ସରକାର ବଦଳିଛି। ବିଜେଡ଼ି ସରକାର ସମୟରେ ପ୍ରଥମେ କାର୍ଯ୍ୟର ସୂଚନା ଫଳକ ଲାଗିବା ପରେ କାର୍ଯ୍ୟ ଆରମ୍ଭ ହେଉଥିଲା। କିନ୍ତୁ ବର୍ତ୍ତମାନ ଏଠି ଦେଖିବାକୁ ମିଳିଛି କାର୍ଯ୍ୟ ସରିବାର ୭ ଦିନ ପରେ ରାସ୍ତା ଦବି ଗଲାଣି କିନ୍ତୁ ସୂଚନା ଫଳକ ନାହିଁ। ସରକାର କ୍ଷମତାରେ ଥିଲେ ଏବଂ କାମ କରୁଥିବା ଠିକାଦାର ସରକାରୀ ଦଳର ଥିବାରୁ ଜନ ସାଧାରଣ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିଲେ। ବର୍ତ୍ତମାନ ସରକାର ବଦଳିଛି କିନ୍ତୁ ଜନସାଧାରଣଙ୍କ ଅଭିଯୋଗକୁ କୈାଣସି ସରକାରୀ କର୍ମଚାରୀ ଗୁରୁତ୍ଵ ଦେଉ ନଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ରାଜ ବିଭାଗ ମାଧ୍ୟମରେ ଗ୍ରାମ ପଞ୍ଚାୟତରେ ବର୍ଷକୁ ପାଖାପାଖି କୋଡ଼ିଏ ରୁ ପଚିଶ ମଧ୍ୟରେ ଗ୍ରାମାଳ ଗାଁ ମାନଙ୍କରେ ପିଇବା ପାଣି ଠାରୁ ଆରମ୍ଭ କରି କଂକ୍ରିଟ ରାସ୍ତା ପ୍ରାଥମିକ ବିଦ୍ୟାଳୟ ଅଙ୍ଗନଓ୍ବାଡି କେନ୍ଦ୍ରର ଉନ୍ନତି ପାଇଁ ଖର୍ଚ୍ଚ ହେଇଥାଏ। ସେହି କାର୍ଯ୍ୟ ଗୁଡ଼ିକ ବିଭାଗୀୟ ମାଧ୍ୟମରେ ହେବା ନିୟମ ଥିଲେ ମଧ୍ୟ କାର୍ଯ୍ୟ ଗୁଡ଼ିକ ଗ୍ରାମରେ ପିଲାମାନଙ୍କ ଦ୍ବାରା ହୋଇଥାଏ । ଏହି କାର୍ଯ୍ୟ ଗୁଡ଼ିକ ଅନ୍ୟ ବିଭାଗ ମାଧ୍ୟମରେ ହେଉଥିବା କାର୍ଯ୍ୟଠାରୁ ଆଶାନୁରୂପେ ଭଲ ହେଇଥାଏ। କିନ୍ତୁ ଗ୍ରାମାଞ୍ଚଳ ଗୁଡ଼ିକରେ ରାଜନୀତି କୁ ନେଇ ବିରୋଧାଭାଷ ଯୋଗୁଁ ସବୁ ସମୟରେ ଅଭିଯୋଗ ରହିଥାଏ। ଫଳରେ କାର୍ଯ୍ଯ କରୁଥିବା ଲୋକ ଏଥିପାଇଁ ବହୁ ସମସ୍ୟାରେ ପଡ଼ିଯାଏ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କାଉଁଶିବାହାଳ ପଞ୍ଚାୟତ ଅନ୍ତର୍ଗତ ହରିଜନ ପାତ୍ର ସାହିର କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ରେ ବର୍ତ୍ତମାନ ନିମ୍ନମାନର କାମ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଗତ ପାଞ୍ଚ ଛଅ ଦିନ ପୂର୍ବରୁ ସରିଛି ରାସ୍ତା କାମ ବର୍ତ୍ତମାନ ୭ ଦିନ ନହେଉଣୁ ଦବି ଗଲାଣି ଏହି କଂକ୍ରିଟ ରାସ୍ତା। ରାସ୍ତା ଉପରୁ ମେଣ୍ଟାଲ ସିମେଣ୍ଟ ବାଲି ସବୁ ବାହାରି ଗଲାଣି। ମଝିରେ ମଝିରେ ଖାଲ ହୋଇ ଗର୍ତ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଗ୍ରାମବାସୀ ଆମ ଗଣମାଧ୍ୟମ ଆଗରେ ଦାବୀ କରିଛନ୍ତି। ସରକାର ବଦଳିଛି କିନ୍ତୁ ସରକାରୀ କର୍ମଚାରୀଙ୍କ ମାନସିକତା ବଦଳି ନାହିଁ। ନୂତନ ସରକାରଙ୍କୁ ବହୁ ଆଶା ବିଶ୍ୱାସ ଦେଇ ଜନସାଧାରଣ କ୍ଷମତାକୁ ଆଣିଛନ୍ତି। ଏଣୁ ପଞ୍ଚାୟତରାଜ ବିଭାଗ ମାଧ୍ୟମରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟଗୁଡ଼ିକୁ ସରକାରୀ କର୍ମଚାରୀ ମାନେ ଗୁରୁତ୍ବ ଦେଇ ଠିକ୍ ଭାବରେ ସମ୍ପାଦନା କଲେ ଆମ ଦେବଗଡ଼ ଜିଲ୍ଲାର ବିକାଶ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।

Comments (0)
Add Comment