ପାଣି ପାଇଁ ଡହଳ ବିକଳ ଆମ୍ବଚୁଆ ସାହି

ଦେବଗଡ଼ (କୋଶଲ ନ୍ୟୁଜ୍):- ରିଆମାଳ ବ୍ଲକ ପରା ଗ୍ରାମ ପଞ୍ଚାୟତ ଅଧୀନ ଆମ୍ବଚୁଆ  ସାହିରେ ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏହି ବସ୍ତିରେ ପ୍ରାୟ କୋଡିଏରୁ ଉର୍ଦ୍ଧ୍ବ ପାରିବାର ବସବାସ କରନ୍ତି। ବ୍ୟବହାର ନିମିତ୍ତ ମାତ୍ର ଗୋଟିଏ ନଳକୂପ ଅଛି ଯାହା ଅଚଳ ହୋଇ ପଡ଼ି ରହିଛି । ତେଣୁ ଗାଧୋଇବା ଠାରୁ ଆରମ୍ଭ କରି ରୋଷେଇବାସ ଏବଂ ପାନୀୟ ଜଳ ପାଇଁ ଲୋକମାନେ ଅନେକ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି।

ନିକଟରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କି ନିର୍ମାଣ ଚାଲିଛି। କିନ୍ତୁ ଦୁଃଖର ବିଷୟ ଯେ ଦୀର୍ଘ ପାଞ୍ଚ ବର୍ଷ ହେଲା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କର୍ଣ୍ଣଗୋଚର କରୁ ନାହାନ୍ତି ବୋଲି ବସ୍ତି ଲୋକମାନେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Comments (0)
Add Comment