ଜାତୀୟ ସେବା ଯୋଜନା ଦ୍ବାରା ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଯାପିତ

ଦେବଗଡ଼ : ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ ନୂଆପଡାସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ବାରା ପୋଷ୍ୟ ଗ୍ରାମ ଚଡେଇମରା ଠାରେ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ବେଦ ଅଧ୍ୟାପକ ତଥା ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ତନୋଜ କୁମାର ମହାପାତ୍ରଙ୍କ ସଂଯୋଜନାରେ ଉଦଯାପିତ ହୋଇଯାଇଛି ।
ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରିଆମାଳ ବ୍ଲକ୍ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ , ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ତଥା ଅବସର ପ୍ରାପ୍ତ ଆର୍ମି (ସୈନିକ) ଶ୍ରୀଯୁକ୍ତ ବାଳାମଣୀ ପ୍ରଧାନ ଉପସ୍ଥିତ ହୋଇ ସ୍ଵେଚ୍ଛାସେବୀ ମାନଙ୍କୁ ସେବା ଉପରେ ନାନାଦି ଉପଦେଶ ଦେଇଥିଲେ । ମୁଖ୍ୟ ଅତିଥି ସ୍ଵେଚ୍ଛାସେବୀମାନଙ୍କୁ ପ୍ରମାଣପତ୍ର ଓ ପୁସ୍ତକ ବିତରଣ କରିଥିଲେ।
ଶ୍ରେଷ୍ଠ ଉତ୍ତମ ସ୍ଵେଚ୍ଛାସେବୀ ଭାବେ ବାଳକ ବିଭାଗରେ ଜିତେନ୍ଦ୍ର ବାରିକ, ମିଥୁନ ମାଝୀ,ବାଳିକା ବିଭାଗରେ ବିପସ୍ଵିନୀ ଘଡୁଇ, ପିଙ୍କି ସ୍ଵାଇଁ,ସ୍ଵପ୍ନପ୍ରିୟା ମାଝୀ ଙ୍କୁ ସମ୍ମାନିତ କରାଯାଇଅଛି। ଶ୍ରେଷ୍ଠ ସମାଜସେବୀ ଭାବେ ସଙ୍ଗାପଶୀ ର ଉପେନ୍ଦ୍ର ସାହୁ ଓ ଚଡେଇମରା ର ବାଳାମଣୀ ପ୍ରଧାନ ଙ୍କୁ ସମ୍ମାନିତ କରାଯାଇଥିଲା।
ପ୍ରଥମ ଭାଗରେ ସଂସ୍କୃତ ଭାରତୀର କାହ୍ନା ବାରିକଙ୍କ ଦ୍ଵାରା ପ୍ରାତଃ ସମୟରେ ପ୍ରାତଃ ସ୍ମରଣ, ଯୋଗାସନ ଓ ପ୍ରାଣାୟାମ କରାଯାଇଥିଲା । ଦ୍ଵିତୀୟ ଭାଗରେ ଶିବିର ସ୍ଥାନରେ ପ୍ରାର୍ଥନା , ଚଡେଇମରା ଗ୍ରାମବାସୀ ଙ୍କ ସହାୟତା ରେ ସ୍ଵଚ୍ଛତା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ତୃତୀୟ ଭାଗରେ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ବୁଦ୍ଧଦେବ ପ୍ରଧାନଙ୍କ ଉପସ୍ଥିତିରେନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ବିଶ୍ବାଳ ମଞ୍ଚାସୀନ ହୋଇ ସ୍ଵେଚ୍ଛାସେବୀମାନଙ୍କୁ ଉଦବୋଧନ ଦେଇଥିଲେ ।
ଚତୁର୍ଥ ଭାଗରେ ଦେବଗଡ଼ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ବିଶ୍ବାଳ ଓ ସଂସ୍କୃତ ଭାରତୀ କାର୍ଯ୍ୟକର୍ତ୍ତା କାହ୍ନା ବାରିକଙ୍କ ନେତୃତ୍ଵରେ ବାଲ୍ୟ ବିବାହ ଉଚ୍ଛେଦ, ଯୌତୁକ ପ୍ରଥା ଉଛେଦ, କନ୍ୟା ଭୃଣ ହତ୍ୟା ଉଚ୍ଛେଦ, ସଂସ୍କୃତ ଶିକ୍ଷା, ବୃକ୍ଷରୋପଣ,ଏଡ୍ସ ସଚେତନତା,ସରଳ ସଂସ୍କୃତ ଦ୍ଵାରା କଥୋପକଥନ ଇତ୍ୟାଦି ବିଷୟରେ ସ୍ଵେଚ୍ଛାସେବୀ ମାନଙ୍କୁ ମାର୍ଗଦର୍ଶନ ଦେଇ ଶୋଭାଯାତ୍ରା କରାଯାଇଥିଲା ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ସଞ୍ଜିତ ଶତପଥୀ ବେଦପାଠ କରିଥିବାବେଳେ ସୁଶ୍ରୀ ବିପସ୍ଵିନୀ ଘଡୁଇ ସ୍ଵାଗତ ସଙ୍ଗୀତ ଓ ବ୍ୟକ୍ତିଗତ ଗୀତ ଗାନ କରିଥିଲେ ।
ଅଧ୍ୟାପକ ଅଭୟ ସାହୁ, ସତୀଶ ମହାପାତ୍ର, ଲକ୍ଷ୍ମୀପ୍ରିୟା ସାହୁ, ମୁକ୍ତାଞ୍ଜଳୀ ନନ୍ଦ,ମନୋଜ ସାହୁ, ଇନ୍ଦ୍ରମଣୀ ମାଝୀ ଶରତ ବେହେରା, ଅର୍ଜୁନ ସାହୁ,ଗ୍ରାମବାସୀ ଜଗବନ୍ଧୁ ପ୍ରଧାନ , ମଙ୍ଗୁଳୁ ପ୍ରଧାନ, ସୁଶୀଲ ବେହେରା,ଝାଡେଶ୍ଵର ପ୍ରଧାନ ଓ ସ୍ଵେଚ୍ଛାସେବୀମାନେ ସହଯୋଗ କରିଥିଲେ l

Comments (0)
Add Comment