ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ ନୂଆପଡାସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାଦ୍ବାରା ପୋଷ୍ୟଗ୍ରାମ ସଙ୍ଘାପଶିଠାରେ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ପ୍ରଧାନ ସୁସ୍ଥ ଭାରତ ଗଠନରେ ଛାତ୍ରଛାତ୍ରୀ ତଥା ଯୁବକମାନଙ୍କର ଭୂମିକା ଓ ସେବାଦ୍ଵାରା ଅସମ୍ଭବକୁ ସମ୍ଭବ କରାଯାଇପାରିବ ବୋଲି ପ୍ରେରଣା ଦେଇଥିଲେ ।
ତତ୍ପରେ ଶିବିର ପରିସରକୁ ସଫା , ସଡ଼କ ସୁରକ୍ଷା ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।
୩ୟସତ୍ରରେ ମହାବିଦ୍ୟାଳୟର ସଂସ୍କୃତ ସାହିତ୍ୟ ଅଧ୍ୟାପକ ସତୀଶ କୁମାର ମହାପାତ୍ର ସ୍ଵେଚ୍ଛାସେବୀମାନଙ୍କୁ ଜାତୀୟ ସେବା ଯୋଜନାର ଲକ୍ଷ ଓ ମାନବବାଦ ଉପରେ ବହୁ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ।
ଚତୁର୍ଥ ଭାଗରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।
ପଞ୍ଚମ ଭାଗରେ ସଂଧ୍ୟାପ୍ରାର୍ଥନା ଓ ସତ୍ସଙ୍ଗ କରାଯାଇଥିଲା ।
ଅଧ୍ୟକ୍ଷ ମହୋଦୟ ଆଗାମୀ ୨୭ତାରିଖ ଶୁକ୍ରବାର ଦିନ ମହାବିଦ୍ୟାଳୟ ପରିସରରେ, ଦେବଗଡ଼ ରକ୍ତଭଣ୍ଡାର ସହାୟତାରେ ଏକ ରକ୍ତଦାନ ଶିବିର ଆୟୋଜନର ସୂଚନା ଦେଇଥିଲେ ।
ମହାବିଦ୍ୟାଳୟର ବେଦ ଅଧ୍ୟାପକ ତଥା ଏନ୍ ଏସ୍ ଏସ୍ ପ୍ରୋଗ୍ରାମ ଅଫିସର ତନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ତଥା ଉକ୍ତ ସପ୍ତାହବ୍ୟାପୀ ଶିବିର ଡିସେମ୍ବର ୩୧ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ହେବ ବୋଲି ସୂଚନା ଦେଇଥିଲେ ।
ଉକ୍ତ ଶିବିରରେ ମନୋଜ କୁମାର ସାହୁ, ନରୋତ୍ତମ ସାହୁ,ପିପନ ସେଠୀ,ଶରତ ବେହେରା, ପ୍ରମୋଦ ମହାପାତ୍ର , ସ୍ଵେଚ୍ଛାସେବୀ ଆଶିଷ, ରୀତେଶ, ଗୋୖରବ, ସମ୍ବିତ, ଜ୍ଞାନ,ଚିନ୍ମୟ, ଶେଖର,ଜ୍ୟୋତ୍ସ୍ନା,ମନୀଷା,ଚୁମକୀ,ମୋନା,ଲୁସି,ବୁଦ୍ଧେଶ୍ବରୀ,ବବିତା, ପୂଜା, ପ୍ରତିମା,କ୍ରିଷ୍ଣା, ଗାୟତ୍ରୀ,ଶିବାନୀ ପ୍ରମୁଖ ସହଯୋଗ କରିଥିଲେ l