ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢାପାଳ ଠାରୁ ରେଙ୍ଗାଲି ଡ୍ୟାମ ରାସ୍ତା ହୃଦପାଲି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ହାଇଓ୍ବା ଟ୍ରକ ଦେବ ଦୂତ ସାଜି ଉଦ୍ଧାର କଲେ ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ। ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ବୁଡାପାଳ ପାଶ୍ବରୁ ରେଙ୍ଗାଲି ଡ୍ୟାମ ଅଭିମୁଖେ ଆସୁଥିବା ଏକ ହାଇଓ୍ବା ଟ୍ରକ ଯାହାର ନମ୍ବର OD 35 H 1250 ହୃଦପାଲି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିବା ଡ୍ରାଇଭର ଜଣକୁ ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ନିଲେଶ ଅନିରୁଦ୍ଧ ନାୟକ। ପରେ ଅଧିକ ଚିକିତ୍ସା ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ତେବେ ଡ୍ରାଇଭର ଜଣକ ହେଲେ କେନ୍ଦୁଝର ଜିଲ୍ଲାର ନରେନ୍ଦ୍ର କୁମାର ସାହୁ ଓରଫ୍ କାର୍ତ୍ତିକ ସେ ରେଙ୍ଗାଲି ଡ୍ୟାମ ବଜ୍ରକୋଟ ଅଞ୍ଚଳରେ ରହି ଗାଡ଼ି ଚଲାଉଥିଲେ। ତାଙ୍କର ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ମଧ୍ୟ କ୍ଷତ ରହିଛି। ଯୁବ ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ନିଲେଶ ପୂର୍ବରୁ ମଧ୍ୟ ଅନେକ ଅସହାୟ ଗରିବ ଭିନ୍ନକ୍ଷମ ମାନଙ୍କୁ ସହଯୋଗ କରିବା ସହ ଡାକ୍ତରଖାନାରେ କାହାର ରକ୍ତ ଆବଶ୍ୟକ ପଡ଼େ ସଙ୍ଗେ ସଙ୍ଗେ ଯୋଗାଡ଼ କରି ଦେଇଥାନ୍ତି।