ଉଟୁଣିଆଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବୁଲିଲା ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ଅର୍ପଣ ରଥ

ଦେବଗଡ଼ (କୋଶଲ ନ୍ୟୁଜ୍):- ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବାବେଳେ ଏବେ ଗାଁ ରୁ ଗାଁ ବୁଲୁଛି ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ଅର୍ପଣ ରଥ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘର ଘର ବୁଲୁଥିବା ଏହି ରଥ ଦେଖିବାକୁ ମିଳିଛି। ଗାଁ ରେ ଭକ୍ତିମୟ ହୋଇ ପଡ଼ିଛି ସମଗ୍ର ପରିବେଶ। ଘଣ୍ଟ ଘଣ୍ଟା ସାଙ୍ଗକୁ ନାମ ସଙ୍କୀର୍ତ୍ତନ ରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ, ସମସ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ପ୍ରତି ଘରୁ ମହିଳାମାନେ ରଥକୁ ପୂଜାର୍ଚ୍ଚନା କରିବା ସହ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି। ଉଟୁଣିଆଁ ପଞ୍ଚାୟତର ଜନ ପ୍ରତିନିଧି ଓ ବହୁ ସଂଖ୍ୟାରେ ମହିଳାମାନେ ଏହି ରଥ ପରିକ୍ରମାରେ ସାମିଲ ହୋଇଛନ୍ତି ।

Comments (0)
Add Comment