ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ପୁରସ୍କାରୋତ୍ସବ ଓ ଗୀତା ଜୟନ୍ତୀ ଉତ୍ସବ ପାଳିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ୍ ଅନ୍ତର୍ଗତ ନୂଆପଡାସ୍ଥିତ ସ୍ୱାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ସହିତ ପୁରସ୍କାରୋତ୍ସବ ଓ ଗୀତା ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶ ଗୀତା ଜୟନ୍ତୀ ଉପରେ ଗୀତା ଉପଯୋଗୀତା ଓ ଗୀତା ପଠନରେ ଏକ ସୁନ୍ଦର ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ବଂକିମ ପ୍ରସାଦ ପ୍ରଧାନ ଯୋଗ ଦେଇ ଭବିଷ୍ୟତ ଭାରତ ଗଠନରେ ଛାତ୍ରଛାତ୍ରୀ ତଥା ଯୁବକମାନଙ୍କର ଭୂମିକା ଓ ମହାବିଦ୍ୟାଳୟର ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଅଧ୍ୟାପକ ବୁଦ୍ଧଦେବ ପ୍ରଧାନ ପରିଚାଳନା କରିଥିଲେ ।
ବେଦ ଅଧ୍ୟାପକ ତନୋଜ କୁମାର ମହାପାତ୍ରଙ୍କ ନେତୃତ୍ବରେ ପଣ୍ଡିତ ସଞ୍ଜୀତ କୁମାର ଶତପଥୀ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ସାହୁ, ମୁକ୍ତାଞ୍ଜଳୀ ନନ୍ଦ, ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶ୍ରୀମଦ୍ଭାଗବଦ୍ ଗୀତା ର ସମ୍ପୂର୍ଣ୍ଣ ଅଠର ଅଧ୍ୟାୟ ପାରାୟଣ କରିଥିଲେ ।
ପରିଶେଷରେ ମୁଖ୍ୟଅତିଥି କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l ଏହାକୁ ଅଧ୍ୟାପକ ଅଭୟ କୁମାର ସାହୁ, ଡଃ ଉମାକାନ୍ତ ସାହୁ, ସତୀଶ କୁମାର ମହାପାତ୍ର, ଯଦୁମଣି ସାହୁ, ମାନସ ରଞ୍ଜନ ମହାପାତ୍ର, ରଘୁନାଥ ରାଉତ,ସନ୍ତୋଷ କୁମାର ରାଉଳ, ଅଣଶିକ୍ଷକ କର୍ମଚାରୀ ନରୋତ୍ତମ ସାହୁ, ତ୍ରିପୁରା ମୋହନ ମାଝୀ, ମନୋଜ କୁମାର ସାହୁ, ଇନ୍ଦ୍ରମଣି ମାଝୀ, ଅର୍ଜୁନ ସାହୁ, ଅଜିତ ପାତ୍ର, ଶରତ ବେହେରା, ପ୍ରମୋଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ମହାପ୍ରସାଦ ବଣ୍ଟନ କରାଯାଇଥିଲା l

ରିପୋର୍ଟ: ନିଲେଶ ଅନିରୁଦ୍ଧ ନାୟକ (ଦେବଗଡ଼)

Comments (0)
Add Comment