ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ପଞ୍ଚାୟତ ଅନ୍ତର୍ଗତ ପଳସମା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ା ଓ ଉତ୍ସବ ଉଦଯାପିତ ହୋଇଯାଇଛି। ପଳସମା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଯୁକ୍ତ ଶତ୍ରୁଘ୍ନ ପ୍ରଧାନଙ୍କ ତତ୍ବାବଧାନରେ ଏହି ବାର୍ଷିକ କ୍ରିଡ଼ା ଓ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଳସମା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଶୁଶିଲ କୁମାର ଯୋଗଦେଇ ଗତକାଲି ଉଦଘାଟନ କରିଥିଲେ । ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରିଆମାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମଧୁସୂଦନ ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ଖଇରପାଲି ପୋଲିସ ଫାଣ୍ଡି ଅଧିକାରୀ ମାଗୁଣି ଗଡ଼ନାୟକ ପଳସମା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଶୁଶିଲ କୁମାର CRCC ରଞ୍ଜିତ ପ୍ରଧାନ ବାବୁଲାଲ ପ୍ରଧାନ ବିଦ୍ୟାଳୟର ସମସ୍ତ SMDC ସଦସ୍ୟ ମଞ୍ଚାସିନ ରହିଥିଲେ । ଖେଳ ପରିଚାଳନା ବିଦ୍ୟାଳୟର ଖେଳ ଶିକ୍ଷକ ମନୋଜ କୁମାର ବେହେରା ଖେଳ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ବିକ୍ରମ ଦେବ ପ୍ରଧାନ ଚିତ୍ତରଞ୍ଜନ ମୁଜୁମଦାର ହିମାଂଶୁ ଶେଖର ସାହୁ ସୁବାସିନୀ ପ୍ରଧାନ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। ଆଜିର ଉଦଯାପନୀ ବାର୍ଷିକ ଉତ୍ସବ ଓ ବିଭିନ୍ନ କ୍ରିଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ର-ଛାତ୍ରୀ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।