ପରା ଜୟ ମା’ କପ୍ କ୍ରିକେଟ୍ ଉଦଯାପିତ: ବୋଲ ଚାମ୍ପିଅନ

ଦେବଗଡ଼ (କୋଶଲ ନ୍ୟୁଜ୍): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ପରା ଜୟ ମା’ କ୍ରିକେଟ କ୍ଲବର ୨ୟ କପ୍ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆଜି ଫାଇନାଲ ମ୍ୟାଚରେ ପରା ଓ ବୋଲ ମଧ୍ୟରେ ଖେଳ ହୋଇଥଲା। ପ୍ରଥମେ ବୋଲ୍ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରୁ ୧୪୫ ରନର ଟାର୍ଗେଟ ଦେଇଥିଲେ। ତା’ର ଜବାବରେ ପରା ଦଳ ୧୫ ଓଭରରେ ଚାରି ୱିକେଟ୍ ହରାଇ ୧୪୧ ରନ ସଂଗ୍ରହ କରିଥିଲେ। ଫଳରେ ବୋଲ ୪ ରନରେ ବିଜୟ ହାସଲ କରିଥିଲା। ବୋଲ ଦଳର ଆଶିଷ ନାଏକ ମ୍ୟାନ ଅଫ ଦି ମ୍ୟାଚ୍ ଓ ପରା ଦଳର ଧନୁ ବେହେରା ମ୍ୟାନ ଅଫ ଦି ସିରିଜ୍ ପାଇଥିଲେ।ଆୟୋଜକ ଦଳ ଅଧିନାୟକ ସମ୍ୟଜିତ୍ ନାଏକଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କ୍ରୀଡ଼ା ଉତ୍ସବରେ ଅମ୍ପାୟାର ତ୍ରିଲୋଚନ ନାଏକ, ରୁଦ୍ର ନାରାୟଣ ସାହୁ ଓ ନିର୍ମଳ ନାଏକ ତଥା ସ୍କୋରର ଭାବରେ ଶୁଭଦର୍ଶନ ସାହୁ ଏବଂ ସୁଶୀଲ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ହିସାବରେ ସ୍ବେଚ୍ଛାସେବୀ ତପନ କୁମାର ନାୟକ  ତଥା ସମ୍ମାନିତ ଅତିଥି ଭାବରେ  ସ୍ଥାନୀୟ ହିରୋ କ୍ଲବ୍ କୋଷାଧ୍ୟକ୍ଷ ତରୁଣ ନାଏକ, ସଭାପତି ଶୁକଦେବ ନାଏକ ଏବଂ ସମ୍ପାଦକ କାଜଲ ନାଏକ ଉପସ୍ଥିତ ରହି ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମିତେଶ ଥପ୍ପା, ମଳୟ ନାଏକ, ପବନ ନାଏକ,ସନାତନ ମାହାର, ସୁମନ ବେହେରା ଓ ନିରଞ୍ଜନ ବେହେରା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।

Comments (0)
Add Comment