ଦେବଗଡ଼ (କୋଶଲ ନ୍ୟୁଜ୍): ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ୧୦୦ ଦିନର କାମ ଯୋଗାଇ ଦେବା ପାଇଁ ଗ୍ରାମାଞ୍ଚଳରେ ମନରେଗା କାର୍ଯ୍ୟରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟପକ୍ଷରେ ଅଳ୍ପ ଖର୍ଚ୍ଚରେ ମେସିନ ମାଧ୍ୟମରେ କାମ କରି ଠିକାଦାର ହେଉଛନ୍ତି ମାଲେମାଲ୍ । ୨୦୦୫ ର ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ନିୟମ ଅନୁଯାୟୀ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ପାଶ୍ୱ ପରିଦର୍ଶନ ପରେ ବ୍ୟୟ ଅଟକଳ ଆକଳନ କରାଯାଇ କାର୍ଯ୍ୟର ସୂଚନା ଫଳକ ପ୍ରଥମେ ଲଗାଇ କାର୍ଯ୍ୟ ଆରମ୍ଭ କରିବା ଏବଂ କୈାଣସି ଯାନ୍ତ୍ରିକ ମେସିନ ନିଷେଦ୍ଧ ରହିଛି । କିନ୍ତୁ ଆଜିକାଲି କେତେକ ମୁଷ୍ଟିମେୟ ଅର୍ଥ ହଡ଼ପ ଲାଳସା କାରିଙ୍କ ପାଇଁ ଏହା କେବଳ କାଗଜ କଲମରେ ସୀମିତ ରହିଛି । ବର୍ତମାନ ଆମେ ଯେଉଁ ଚିତ୍ର ଦେଖାଉଛୁ ଏହା ହେଉଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନୂଆପଡ଼ା ପଞ୍ଚାୟତ ଆଉଁଳି ଗ୍ରାମର ମନରେଗା ଯୋଜନାରେ ହେଉଥିବା କାମ। ନୂଆପଡ଼ା ପଞ୍ଚାୟତ ଆଉଁଳି ଗ୍ରାମରେ ଗୋଟିଏ କାମକୁ ବାରମ୍ବାର ଦେଖାଇ ବିଲ୍ ହେଉଛି ଥରକୁ ଥର । ଯଥା : ନୂଆଁ ବନ୍ଧ ନାମରେ ଅନେକ ଥର ବିଲ୍ ହେଉଛି ଗୋଟିଏ କାମରେ ସେହିଭଳି କେନାଲ କାମ ଆଉଁଳି ମହାବନ୍ଧ ଠାରୁ ବେହେରା ଡିହ କେନାଲ ଅଟକଳ ପରିମାଣ ୫ ଲକ୍ଷ ସେହିଭଳି ଏଇ ଗୋଟିଏ କାମକୁ ବାରମ୍ବାର ନୂଆଁ ନାଁ ଦେଇ ନୂଆଁବନ୍ଧ ଠାରୁ ବାହାଳ କେନାଲ, ଶଙ୍ଖା ବ୍ରାହ୍ମୁଣୀ କେନାଲ, ଧନୁ ଜମି ଠାରୁ ବିଶ୍ବାଳ ଜମି କେନାଲ, ଧନୁ ଜମି ଠାରୁ ନାଏକ ଜମି କେନାଲ, ଆଉ ବିନା କାମରେ ଆଉଁଳି ନଦୀ ଠାରୁ ବେରନା କେନାଲ, ଆଉଁଳି ନଦୀ ଠାରୁ ଛାଟ କଟା କେନାଲ, ଓ ଆଉଁଳି ନଦୀ ଠାରୁ ନୂଆପଡ଼ା କେନାଲ । ଏଠି ଆପଣ ମାନେ ଦେଖନ୍ତୁ ଗୋଟିଏ କାମକୁ ଥରେ ନୁହଁ କି ଦୁଇ ଥର ନୁହେଁ ଗୋଟିଏ କାମକୁ ଅନେକ ଥର ବିଲ୍ କରା ଯାଉଛି। ଯାହା ଜଣାପଡ଼ୁଛି କାର୍ଯ୍ୟ ପରିଦର୍ଶନ ରେ ଥିବା ବାବୁମାନେ ସଠିକ୍ କାର୍ଯ୍ୟ କରୁ ନାହାନ୍ତି। ଏଣୁ ଜିଲ୍ଲାପାଳ ନିଜେ ସଠିକ୍ ତଦନ୍ତ କରି ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତିି।