କୋଶଲ ନ୍ୟୁଜ୍ ବ୍ୟୁରୋ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ପଳସମା ସେବାସମବାୟ ସମିତି ଅଫିସରେ ଚାଷୀମାନେ ଆଜି ତାଲା ପକାଇ ବସିଛନ୍ତି ।
ପଳସମା ସେବାସମବାୟ ସମିତି ଅଧିନରେ ଥିବା ପଞ୍ଜୀକୃତ ଚାଷୀମାନଙ୍କୁ ଲକ୍ଷ୍ୟ ଧାର୍ଯ୍ୟ ନଥିବା ଦର୍ଶାଇ ସେବାସମବାୟ ସମିତି ପକ୍ଷରୁ ଚାଷୀଙ୍କ ଧାନ ନିର୍ଦ୍ଧାରିତ ତାରିଖ ଥାଇ ମଧ୍ୟ କ୍ରୟ କରୁ ନଥିବା ପ୍ରତିବାଦରେ ଚାଷୀମାନେ ଏହି ଆମରଣ ଅନଶନରେ ବସିରହିଥିବା ଦେଖିବାକୁ ମିଳିଛି । ଏବଂ ଚାଷୀମାନେ ସେମାନଙ୍କ ଧାନ କିଣା ବିକା ପାଇଁ ସମସ୍ତ ଟାର୍ଗେଟେ ପ୍ରଦାନ କରାଯାଉ ବୋଲି ଜିଦରେ ଅଟଳ ରହିବା ସହିତ ସେବାସମବାୟ ସମିତିର କର୍ମଚାରୀ ମାନଙ୍କୁ ଅଫିସ ଭିତରେ ତାଲା ପକାଇ ଦେଇ ମୁଖ୍ୟ ଦ୍ବାରରେ ବସି ରହିଥିବା ଦେଖିବାକୁ ମିଳିଛି ।।